ବାଉଁଶୁଣୀ, ୧୯/୧, : ବାଉଁଶୁଣୀ ଥାନା ବହିରା ଗ୍ରାମ ନିକଟରେ ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ବହିରା ଗ୍ରାମର ଊର୍ମିଳା ନାଏକ।
ସିଙ୍ଗାରୀ ପଟୁ ଏକ ବାଇକ ବାଉଁ ଶୁଣୀ ଆଡକୁ ଯାଉଥିଲା। ରାସ୍ତା କଡରେ ଚାଲି ଚାଲି ଯାଉଥିବା ବହିରା ଗ୍ରାମର ଊର୍ମିଳା ନାଏକଙ୍କୁ ବାଇକ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉର୍ମିଳାଙ୍କ ମୃତ୍ୟୁ ହୋଇଥିଲା l ବାଇକ ଛାଡି ଘଟଣା ସ୍ଥଳରୁ ଚାଳକ ଫେରାର ମାରିଥିବା ବେଳେ ବାଇକ ପଛରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି । ଖବର ପାଇ ବାଉଁ ଶୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଆଣିଥିବା ସୂଚନା ମିଳିଛି ।