ଜହ୍ନ।ପଙ୍କ, ୧୮।୧୧ : ବୌଦ୍ଧ ଥାନା ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଜଣେ ନବବଧୂ ବିଷପାନ କରି ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ଜଣକ ହେଲେ ଅରୁନ୍ଧତୀ ଗିରି। ତେବେ ଯୌତୁକ ପାଇଁ ହତ୍ୟା କରାଯାଇଥିବା  ନେଇ ମୃତ ମହିଳାଙ୍କ ଭାଇ ଶୁକଦେବ ବୁରାଣ୍ଡି ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି ।

ବାଉଁଶୁଣୀ ଥାନା ତାଳସରଡ଼ା ଗ୍ରାମ ପଞ୍ଚାୟତ ପୋଢଖାଲ ଗ୍ରାମର ଅରୁନ୍ଧତୀ ଗତ ୬ ମାସ ତଳେ ଜଗନ୍ନାଥପୁର ଗ୍ରାମର ପ୍ରଫୁଲ୍ଲ ଗିରୀଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ | ଗତ ରାତିରେ କୌଣସି କାରଣରୁ ଅରୁନ୍ଧତୀ ବିଷପାନ କରି ଦେଇଥିବା ଓ ଶ୍ୱଶୁର ଘର ଲୋକେ ସକାଳେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଚିକିତ୍ସlଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଛି l