ଫିରିଙ୍ଗିଆ ୨୬/୧୦ : ସ୍ବାମୀର ମୃତ୍ୟୁକୁ ବିତିଲାଣି ୭ ମାସ। କିନ୍ତୁ ମିଳୁନି ମୃତ୍ୟୁ ପ୍ରମାଣ ପତ୍ର। ଏଥିପାଇଁ ଦୌଡି ଦୌଡି ସ୍ତ୍ରୀ ନୟାନ୍ତ। ଫଳରେ ସରକାରୀ ସହାୟତା ଓ ବିଧବା ଭତ୍ତାରୁ ବଞ୍ଚିତ ହେଉଛନ୍ତି ମହିଳା ସୁନିଆ ମୋତି ଦିଗାଲ । ଏଭଳି ଏକ ଘଟଣା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୁଆଁପଦର ପଂଚାୟତ ଅଧୀନରେ ଥିବା ଲତପାଙ୍ଗିଆ ଗାଁରେ ଦେଖିବାକୁ ମିଳିଛି।
ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୁଆଁପଦର ପଂଚାୟତ ଅଧୀନରେ ଥିବା ଲତପାଙ୍ଗିଆ ଗାଁର ସୁନିଆ ମୋତି ଦିଗାଲ ।ପରିବାର ପୋଷଣ ପାଇଁ ତାଙ୍କ ସ୍ବାମୀ ଗୌତମ ଦିଗାଲ ଜିଲ୍ଲା ବାହାରକୁ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ I କାମ କରିବା ସମୟରେ ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡ଼ି ଥିଲା I ପାଖରେ ଥିବା ତାଙ୍କର ସାଙ୍ଗ ସାଥି ମାନେ ତାଙ୍କୁ ମେଡିକାଲ ନେଇ ଚିକିତ୍ସା କରିଥିଲେ ।ସେଠାରେ ଚିକିତ୍ସିତ ଅବସ୍ଥାରେ ୨୬ ଫେବୃଆରୀ ୨୦୨୪ ରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁ କୁ ମୃତଦେହ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ପରିବାର ଲୋକ ଗୁହାରି କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଗୌତମଙ୍କ ମୃତ ଦେହ ଗାଁକୁ ଅଣାଯାଇଥିଲା।ଗାଁରେ ତାଙ୍କ ସବ ସତ୍କାର ହୋଇଥିଲା ।ଏହି ଘଟଣା ଘଟିବାର ସାତ ମାସ ବିତି ଯାଇଥିଲେ ସୁଦ୍ଧା ମୃତ୍ୟୁ ପ୍ରମାଣ ପତ୍ର ମିଳି ପାରିଲା ନାହିଁ। ଯାହା ଦ୍ୱାରା ସୁନିତା ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।ମୃତ କାଳୀନ ସରକାରୀ ସହାୟତା କିଛି ପାଉ ନାହିଁ। ସକାଳ ହେଲେ ପିଲାକୁ କାଖେଇ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଧାଇଁଧାଇଁ ନୟାନ୍ତ ହେଲିଣି । ଆମ ଦୁଃଖ ଶୁଣିବାକୁ କେହି ନାହାଁନ୍ତି । ଆମ ବିପଦ ଆପଦରେ ଆହାଃ କରିବାକୁ କେହି ନାହାଁନ୍ତି। ଏକା ଆମର ଭଗବାନ ସାହା ଭରସା । ସକାଳୁ ସନ୍ଧ୍ୟା ଯାଏଁ ଆଖି ଲୁହ ଗଡ଼େଇ ଜୀବନ କାଟୁଛୁ ।ଏହି ଭଳି ଅନେକ କଥା ତୁନି ତିନି ହୋଇ ଲୁହ ଗଡ଼େଇ ଦୁଃଖ ବଖାଣି ଛନ୍ତି ମୃତ ଶ୍ରମିକ ଗୌତମ ଙ୍କ ବିଧବା ପତ୍ନୀ ସୁନିଆ ମୋତି।ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ସହିତ ବିଧବା ଭତ୍ତା ପ୍ରଦାନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।