କାଶୀନଗର, ୩୦/୧୦ (ଆନନ୍ଦ ପାତ୍ର): ଅଫିସ୍ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ମହିଳା । ଘଟଣାସ୍ଥଳରେ ଚାଲିଗଲା ଜୀବନ । ମୃତ ମହିଳା ଜଣକ ଗଜପତି ଜିଲ୍ଲା କାଶୀନଗର ସହରର ବନାଲା ସାହି ବାସିନ୍ଦା ରୋକମ ଲଳିତାମ୍ମା ବୋଲି ଜଣାପଡ଼ିଛି । ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା କୀଡୀଗାଁ ରାସ୍ତା ପାର୍ଶ୍ୱରେ ଥିବା ପାହାଡ଼ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, କାଶୀନଗର ସହରର ବନାଲା ସାହି ବାସିନ୍ଦା ରୋକମ ଲଳିତାମ୍ମା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ବଳଦା ଗାଁର ସ୍ୱାସ୍ଥ୍ୟ ବିଭାଗରେ କାମ କରନ୍ତି ସେ ସବୁବେଳେ ବସ୍‌ରେ ନିଜ କାର୍ଯ୍ୟକ୍ଷେତ୍ରକୁ ଯିବା ଆସିବା କରିଥାନ୍ତି । କିନ୍ତୁ ଗୁରୁବାର କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଥିବାରୁ ସେ ତାଙ୍କ ସ୍କୁଟିରେ ଯାଉଥିଲେ । ଏତିକି ବେଳେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କୀଡୀଗାଁ ରାସ୍ତା ପାର୍ଶ୍ୱରେ ଥିବା ପାହାଡ଼ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତ ସ୍ରାବ ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ଆନ୍ଧ୍ର ପୁଲିସ ପହଞ୍ଚି ମୃତଦେହ ଜବତ କରି ପୁରୁଣା ପଟନା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ଏହି ଘଟଣା ପରେ କାଶୀନଗର ଅଞ୍ଚଳରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି