ନୂଆଦିଲ୍ଲୀ : ଆମେରିକାର ନ୍ୟୁୟର୍କ ସହରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସବ୍‌-ୱେରେ ଶୋଇଥିବା ଜଣେ ମହିଳାଙ୍କୁ ଜୀବନ୍ତ ନିଆଁରେ ପୂରାଇ ଦିଆ ଗଲା। ମହିଳାଙ୍କୁ ନିଆଁ ଲଗାଇବା ପରେ ଆକ୍ରମଣକାରୀ ସେଠାରେ ବସି ତାଙ୍କୁ ଦେଖୁ ଥିଲା ଏବଂ କିଛି ସମୟ ପରେ ଚୁପଚାପ୍‌ ବାହାରି ଗଲା। ଆଖପାଖରେ ଗସ୍ତ କରୁଥିବା ସୁରକ୍ଷା ଅଧିକାରୀମାନେ ଯେବେ ସେଠାରେ ଧୂଆଁ ଓ ନିଆଁ ଦେଖିଲେ ତ ସେ ମହିଳାଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିଲେ। କିନ୍ତୁ ନିଆଁକୁ ଲିଭାଇବା ଯାଏ ମହିଳାଙ୍କର ମୃତ୍ୟୁ ହୋଇ ଯାଇ ଥିଲା। କିଛି ସମୟ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି। ପୁଲିସ ମୁତାବିକ ଆକ୍ରମଣକାରୀ ଓ ପୀଡ଼ିତାଙ୍କ ମଧ୍ୟରେ କୌଣସି ଚିହ୍ନା ପରିଚୟ ନଥିଲା। 

ଫକ୍ସ ନ୍ୟୁଜ୍‌ର ରିପୋର୍ଟ ମୁତାବିକ, ପ୍ରାରମ୍ଭିକ ଯାଞ୍ଚ ଅନୁସାରେ , ୩୩ ବର୍ଷିୟ ସେବେଷ୍ଟିୟନ ଜୋପେଟା ୨୦୧୮ରେ ଅବୈଧ ଭାବେ ଗ୍ୱାଟେମାଲାରୁ ଆମେରିକା ଆସିଥିଲେ। ସ୍ଥାନୀୟ ପୁଲିସ ଅଧିକାରୀ ଜେସିକା ଟିସ୍‌ ଏହାକୁ ସବୁଠୁ ଭୟାନକ ହମଲା ମଧ୍ୟରୁ ଗୋଟିଏ କହିଛନ୍ତି , ଯେଉଁଥିରେ ଜଣେ ମହିଳାଙ୍କର ଜୀବନ ଚାଲି ଯାଇଛି, ଆଖପାଖର ସବୁ ଯାତ୍ରୀ ଆତଙ୍କିତ ହୋଇ ଯାଇଥିଲେ। ସେ କହିଥିଲେ କି ଏହି ଘଟଣା ସକାଳ ପାଖାପାଖି ୭ଟା ୩୦ ସମୟରେ ଘଟିଛି।

ଟ୍ରେନ୍‌ ଷ୍ଟେସନରେ ଠିଆ ହୋଇଥିଲା। ସେତେବେଳେ ଅଭିଯୁକ୍ତ ପୀଡ଼ିତ ମହିଳାଙ୍କ ପାଖକୁ ଆସିଲା, ଯିଏକି ବଗିର ଶେଷରେ ଶୋଇଥିଲେ। ଆକ୍ରମଣକାରୀ ଚୁପଚାପ୍‌ ଆସି ଲାଇଟର ସାହାଯ୍ୟରେ ମହିଳାଙ୍କ ପୋଷାକରେ ନିଆଁ ଲଗାଇ ଦେଇ ଥିଲା। କିଛି ସମୟ ପରେ ନିଆଁ ମହିଳାଙ୍କ ପୂରା ଶରୀରରେ ଲାଗିଗଲା , ସେଠାରେ ବସିଥିବା କିଛି ଲୋକ ଆକ୍ରମଣକାରୀର ଡ଼ରରେ କିଛି କରି ପାରିଲେ ନାହିଁ।

ଷ୍ଟେସନରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ଏହି ପୂରା ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ପାଇବେ କି ଆକ୍ରମଣକାରୀ ମହିଳାଙ୍କ ଦେହରେ ନିଆଁ ଲଗାଇବା ପରେ ସେ ସେଠାରେ ବସିବାର ଦେଖା ଯାଉଛି। ଟିସ୍ କହିଛନ୍ତି, ଆକ୍ରମଣକାରୀ ଘଟଣାକୁ ଘଟାଇବାର କିଛି ସମୟ ପରେ ସେଠାରୁ ଫେରାର ହୋଇ ଯାଇ ଥିଲା। କିନ୍ତୁ ଆମର ସର୍କୁଲେସନ ଜାରି କରିବା ପରେ ଦ୍ୱିତୀୟ ଟ୍ରେନ୍‌ରେ ଯାତ୍ରା କରୁ ଥିବା ଏହି ବ୍ୟକ୍ତି ଧରାପଡ଼ି ଥିଲା। ସେ ଦ୍ୱିତୀୟ ଟ୍ରେନରେ ଥିବା ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି କି, ସେମାନେ ଫୋନ୍‌ କରି ବ୍ୟକ୍ତିଙ୍କର ସଠିକ୍‌ ସମୟରେ ସୂଚନା ଦେଇ ଥିଲେ। 

ଏହି ଘଟଣାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା କ୍ଷଣି କୋଟିପତି ବ୍ୟବସାୟୀ ଏଲନ ମସ୍କଙ୍କ ନଜର ଆସିଛି। ସେ ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି କି ଏବେ ବାସ୍‌ ବହୁତ ହୋଇଗଲା। ଆପଣଙ୍କୁ କହି ରଖୁଛୁ କି, ଟ୍ରମ୍ପଙ୍କ ଟିମ୍‌ରେ ମୁଖ୍ୟ ଭୂମିକା ତୁଲାଉ ଥିବା ମସ୍କଙ୍କୁ ଅବୈଧ ଅପରାଧିକ ବିରୋଧୀ ଭାବେ ଦେଖାଯାଏ ।