ମହାବିରୋଡ଼,୧୬/୦୫: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଦଶୀପୁର ପଞ୍ଚାୟତ ଅନ୍ତର୍ଗତ କୁସୁମୁଣ୍ଡିଆ ଗାଁରେ ଶୁକ୍ରବାର ଅପରାହ୍ନ ୪ଟାରେ ବଜ୍ରାଘାତ ଘଟି ଜଣେ ମହିଳାଙ୍କ ମୃତ୍ୟ ହୋଇଛି। ମୃତକ ହେଲେ ସେହି ଗାଁର ୪୦ ବର୍ଷିୟା ସୁରୁଷି ବିଶ୍ୱାଳ । ସୁରୁଷି ତାଙ୍କ ଘର ଆଗରେ ଥିବାବେଳେ ଅଚାନକ ବଜ୍ରାଘାତ ହୋଇଥିଲା। ଆଘାତ ପାଇବା ପରେ ସେ ମୂର୍ଚ୍ଛା ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତୁରନ୍ତ ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ଗରିବ ଶ୍ରେଣୀର ହେଇଥିବାରୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି।

ପହଲଗାମ ଆତଙ୍କବାଦୀଙ୍କୁ ଧରାଇଦେଲେ ଶିବସେନା ଦେବ ୧୦ ଲ...