ହରଭଙ୍ଗା,୨୦।୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଅଂଚଳରେ ଭାଲୁର ଆତଙ୍କ । ବାଡ଼ି ପଛପଟେ କାମ କରୁଥିବା ସମୟରେ ବୃଦ୍ଧାଙ୍କୁ ଆକ୍ରମଣ କଲା ଭାଲୁ। ଗୁରୁତର ବୃଦ୍ଧା ଜଣକ ହେଲେ ବୁଢୀକଣ ଗ୍ରାମର ସୁଭଦ୍ରା ସାହୁ।
ସୁଭଦ୍ରା ନିଜ ପରିବା ବାଡ଼ିରେ କାମ କରି ଯାଇଥିବା ସମୟରେ ହଠାତ୍ ଏକ ଜଙ୍ଗଲୀ ଭାଲୁ ତାଙ୍କ ଉପରକୁ ଝାମ୍ପି ପଡ଼ିଥିଲା ଏବଂ ତାଙ୍କ ଛାତିକୁ ଗଭୀର ଭାବେ ଆକ୍ରମଣ କରିଥିଲା। ପରିବାର ଲୋକେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ବୃଦ୍ଧାଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟପଟେ ଘଟଣାସ୍ଥଳରେ ପୁରୁଣାକଟକ ବନବିଭାଗ କର୍ମଚାରୀ ପହଞ୍ଚି ଭାଲୁଟିକୁ ଘଉଡ଼ାଇବା ସହ ସ୍ଥିତି ଉପରେ ନଜର ରଖିଥିବା ଜଣା ପଡିଛି l