ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ପରକୀୟା ପ୍ରୀତି ହେଲା କାଳ, ବିଚ୍ ରାସ୍ତାରେ ସ୍ଵାମୀର କଲର ଧରି ଟଣା ଓଟରା କଲା ସ୍ତ୍ରୀ

Published By : Krishna Priya | May 19, 2025 3:06 PM

କନ୍ଧମାଳ ୧୯/୦୫: ପରକୀୟା ପ୍ରୀତି କାଳ ହୋଇଛି । ସ୍ୱାମୀର ପରକୀୟା ପ୍ରୀତି ସାମ୍ନାକୁ ଆସିବା ପରେ ରାସ୍ତା ମଝିରେ ଟଣା ଓଟରା କରିଛି ସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲ୍ୟାମ୍ପ ଅଞ୍ଚଳରୁ । 

ଦାରିଙ୍ଗବାଡି ଥାନା ଦାସିକେତା ଗାଁର ଅଭିଷେକ ପ୍ରଧାନ। ୫ ବର୍ଷ ପୂର୍ବେ ସିଆଙ୍ଗବାଲି ଗ୍ରାମର ମେରୀକା ମଲିକଙ୍କୁ ବିବାହ କରିଥିଲେ । ବର୍ଷେ ପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ହେଲେ ପୁଅର ଜନ୍ମ ହେବା ପରେ ସ୍ତ୍ରୀ ପ୍ରତି ସ୍ବାମୀ ଅଭିଷେକ ପ୍ରଧାନର ଧୀରେ ଧୀରେ ଭଲ ପାଇବା କମିବାକୁ ଲାଗିଲା । ଅଭିଷେକଙ୍କର ଅନ୍ୟ ମହିଳାଙ୍କ ପ୍ରତି ଦୁର୍ବଳତା ରହିଥିବା ଯୋଗୁଁ ନିଜ ସ୍ତ୍ରୀଙ୍କ ପାଖରେ ରହିବାକୁ ପସନ୍ଦ କଲା ନାହିଁ । ଅନ୍ୟ ଜଣେ ମହିଳାଙ୍କ ସହ ଭୁବନେଶ୍ୱରର ବିଭିନ୍ନ ଲଜ୍‌ ସହ ଘର ଭଡ଼ା ନେଇ ଶାରୀରିକ ସମ୍ପର୍କ ରଖୁଥିଲା । ଏନେଇ ଖବର ଜଣାପଡିବା ପରେ ସ୍ତ୍ରୀ ମେରୀକା ଧୀରେ ଧୀରେ ସ୍ୱାମୀର ପରାକିଆ ପ୍ରୀତିର ଗୁମର ଖୋଲିଥିଲେ ।

ସ୍ୱାମୀର ଅନ୍ୟ ଏକ ମହିଳାଙ୍କ ସହ ସମ୍ପର୍କ ରହିଥିବା ଯୋଗୁଁ ସ୍ତ୍ରୀକୁ ଆଦୌ ପଚାରି ନଥିଲା ଅଭିଷେକ୍ । ଏଭଳି କି ମେରୀକାଙ୍କୁ ଘରୁ ମଧ୍ୟ ତଡ଼ି ଦେଇଥିଲା ରସିକିଆ ସ୍ବାମୀ । ଏହାପରେ ମେରୀକା ନିଜର ୪ ବର୍ଷର ଶିଶୁକୁ ଲାଳନପାଳନ କରିବା ପାଇଁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଇଥିଲେ । କିଛି ଦିନ ହେବ ମେରୀକା ଗାଁକୁ ଫେରିଥିବା ଜାଣି ଅଭିଷେକ୍ ପୁଅକୁ ଖେଳନା କିଣିଦେବା ପାଇଁ ଦାରିଙ୍ଗବାଡି ଆସିଥିଲା। ଏହାପରେ ସେ ମେରୀକାଠାରୁ ମୋବାଇଲ୍ ଛଡ଼ାଇ ନେଇଯାଇଥିଲା। ଯାହାପରେ ଆରମ୍ଭ ହୋଇଥିଲା ଆକ୍ରମଣ ପ୍ରତି ଆକ୍ରମଣ । ସ୍ୱାମୀର କଲର ଧରି ଟଣା ଓଟରା କରିଥିଲା ମେରୀକା । ଏହା ଦେଖି ଶହ ଶହ ଲୋକଙ୍କ ଭିଡ଼ ଜମି ଥିଲା । ସ୍ତ୍ରୀ ମେରୀକା ବାଧ୍ୟ ହୋଇ ନ୍ୟାୟ ପାଇଁ ଆଇନ ଆଶ୍ରୟ ନେବେ ବୋଲି କହିଛନ୍ତି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.