ନୂଆଦିଲ୍ଲୀ, ୧୦।୬: ଇଣ୍ଟରନେଟ୍ ଦୁନିଆରେ ଏବେ ଏକ ଯୁବତୀର ଭିଡିଓ ଖୁବ୍ ଚର୍ଚ୍ଚାରେ ରହିଛି । ଆଜିକାଲିର ରିଲ୍ସ ଏବଂ ମିମ୍ସ ଯୁଗରେ ଯେଉଁଠି ଲୋକେ ନିଜର ଚମକଚମକିଆ ଜୀବନଶୈଳୀ ଦେଖାଇବାକୁ ପସନ୍ଦ କରନ୍ତି, ସେଭଳି ସମୟରେ ଏହି ଝିଅଟି ନିଜ ବୈବାହିକ ଜୀବନକୁ ନେଇ ଯାହା କହିଛି, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଯୁବତୀ ଜଣକ ନିଜ ମନର କଥା କହିଛନ୍ତି, ତାହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଦୁଇ ପକ୍ଷ କରିଦେଇଛି ।
କଞ୍ଚା ଘର ସାଙ୍ଗକୁ ଭଙ୍ଗା ଛାତ: ଯୁବତୀ କହିଲେ ନିଜର ଦୁଃଖ କାହାଣୀ
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଯୁବତୀ ଜଣକ ଏକ କୋଠରୀ ଭିତରେ ଠିଆ ହୋଇଛନ୍ତି, ଯାହାର କାନ୍ଥଗୁଡ଼ିକ ଇଟାରେ ତିଆରି ହୋଇଥିଲେ ମଧ୍ୟ ଛାତଟି କଞ୍ଚା କାଠରେ ତିଆରି ହୋଇଛି । ଭିଡିଓର ଆରମ୍ଭ ହିଁ ଏହି ଲାଇନ୍ରୁ ହେଉଛି— "ଏଇଆ ହେଉଛି ଘରୁ ପଳାଇ ବାହା ହେବାର ଶାସ୍ତି..." । ଏହାପରେ ଯୁବତୀ ନିଜ ରହୁଥିବା ଘରର ଅବସ୍ଥା ଦେଖାଇ କହୁଛନ୍ତି, "ଘରୁ ପଳାଇ ବାହା ହୋଇଛୁ ଯେତେବେଳେ, ଭୋଗିବାକୁ ତ ପଡ଼ିବ ନା ।" ଏହି ସମୟରେ କ୍ୟାମେରା ପଛରେ ଥାଇ ଭିଡିଓ ସୁଟ୍ କରୁଥିବା ତାଙ୍କ ସ୍ୱାମୀ ଉପର ଛାତ ଆଡ଼କୁ ଇସାରା କରି କହୁଛନ୍ତି ଯେ, ଏହି ଛାତଟି ଯେକୌଣସି ସମୟରେ ବି ଭାଙ୍ଗି ପଡ଼ିପାରେ । ଏହା ଶୁଣି ମହିଳା ନିରାଶ ହୋଇ ଉତ୍ତର ଦେଉଛନ୍ତି, "ଏବେ ଯେତେବେଳେ ରିସ୍କ ନେଇସାରିଛୁ, ଆଉ କ’ଣ ବା କରିପାରିବା ? ଏବେ ତ ଘରକୁ ବି ଫେରିପାରିବୁ ନାହିଁ, ସେମାନେ ମାଡ଼ ମାରି ଘଉଡ଼ାଇ ଦେବେ ।"
ସତ ନା କେବଳ ରିଲ୍ସ ପାଇଁ ନାଟକ ? ଇଣ୍ଟରନେଟ୍ରେ ଛିଡ଼ିଲା ମହାଭାରତ
ଏହି ଭିଡିଓଟିକୁ 'ଏକ୍ସ' ରେ @RealNainaSingh ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି । ୟୁଜର ଜଣକ କ୍ୟାପସନରେ ଟାହିଟାପରା କରି ଲେଖିଛନ୍ତି- "ଘରୁ ପଳାଇ ବାହା ହେବାର ମଜା ।" ଦେଖୁ ଦେଖୁ ଏହି ଭିଡିଓକୁ ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଏବଂ କମେଣ୍ଟ ବକ୍ସରେ ପ୍ରତିକ୍ରିୟାର ବନ୍ୟା ଛୁଟିଛି । ଜଣେ ୟୁଜର ଲେଖିଛନ୍ତି: "ଭଲପାଇବା ପାଇବାକୁ ହେଲେ ଏସବୁ ସହିବାକୁ ହିଁ ପଡ଼ିଥାଏ ।" ଅନ୍ୟ ୟୁଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି: "ଯଦି ଏହା ସତ, ତେବେ ଥରେ ନିଜ ବାପା-ମାଆଙ୍କ କଥା ଚିନ୍ତା କର, ସେମାନଙ୍କ ଉପରେ କ’ଣ ବିତିଥିବ ।" ଆଉ ଜଣେ ଏହାକୁ ମିଛ ବୋଲି କହି ଲେଖିଛନ୍ତି: "ଏମାନେ ସବୁ ରିଲ୍ସବାଲା, କେହି ଏମାନଙ୍କ କଥାରେ ପଡ଼ନ୍ତୁ ନାହିଁ । ଏମାନେ କେବଳ ଭିୟୁଜ୍ ପାଇଁ ସମସ୍ତଙ୍କୁ ବୋକା ବନାଉଛନ୍ତି ।"
ଆହୁରି ପଢ଼ନ୍ତୁ... Mamata Banerjee TMC Crumbling: ଟିଏମସିର କାବା-ମଦିନା ଫେମ୍ ସୟାନୀ ବି ହେଲେ ବିଦ୍ରୋହୀ, ମମତାଙ୍କ ହାତ ଛାଡ଼ିପାରନ୍ତି ୨୦ ସାଂସଦ !