ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗୋଆରେ ପାରାଗ୍ଲାଇଡିଂ ବେଳେ ଅଘଟଣ, ମହିଳା ପର୍ଯ୍ୟଟକଙ୍କ ସମେତ ପ୍ରଶିକ୍ଷକ ମୃତ

Published By : Tapas Panda | January 19, 2025 8:39 PM

Image Courtesy: ndtv

ପାନାଜୀ: ଗୋଆରେ ପାରାଗ୍ଲାଇଡିଂ କରୁଥିବା ବେଳେ ଜଣେ ୨୭ ବର୍ଷୀୟା ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏପରିକି ତାଙ୍କ ସହ ଥିବା ପ୍ରଶିକ୍ଷକ ଖାଲରେ ପଡ଼ି ପ୍ରାଣ ହରାଇଛନ୍ତି । ୨୬ ବର୍ଷୀୟ ପ୍ରଶିକ୍ଷକ ସୁମାଲ ନେପାଳୀ ହୋଇଥିବା ବେଳେ ସେ ନେପାଳର ବାସିନ୍ଦା । ଶନିବାର ସନ୍ଧ୍ୟାରେ କେରି ଗ୍ରାମରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି । 

ମହିଳା ଜଣଙ୍କ ପୁଣେର ବାସିନ୍ଦା ବୋଲି ଜଣାପଡ଼ିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନ ଅନୁସାରେ, ପୁଣେର ଶିବାନୀ ଡାବଲ ଏବଂ ତାଙ୍କ ପ୍ରଶିକ୍ଷକ ସୁମାଲ ନେପାଳୀ  କେରି ମାଳଭୂମିରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ, ଡାବଲ ଏକ ବେଆଇନ ଭାବେ ପରିଚାଳିତ ଦୁଃସାହସିକ କ୍ରୀଡ଼ା କମ୍ପାନୀ ପକ୍ଷରୁ ଏହି ପାରାଗ୍ଲାଇଡିଂ କରୁଥିଲେ ।  

ପର୍ଯ୍ୟଟକ ଓ ପ୍ରଶିକ୍ଷକଙ୍କ ମୃତ୍ୟୁ ପରେ କମ୍ପାନୀ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  । ପଥରରୁ ଓହ୍ଲାଇବା ମାତ୍ରେ ପାରାଗ୍ଲାଇଡର୍ ଟି ଖାଲକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । କମ୍ପାନୀ ମାଲିକ ଶେଖର ରାଇଜାଦାଙ୍କ ବିରୋଧରେ ମଣ୍ଡରେମ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.