ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସଂଗ୍ରହ କରନ୍ତି ଶହ ଶହ ଟନ୍ ଅଳିଆ; ପୁଷ୍ଟିକର ସାରକୁ କରନ୍ତି ପରିବର୍ତ୍ତନ, ମାସରେ ୫୦୦ ଟନ୍‌ ଅଳିଆକୁ କମ୍ପୋଷ୍ଟ କରୁଛନ୍ତି ମାନା

Published By : Swapna Ray | April 11, 2025 4:33 PM

ମୁମ୍ୱାଇ, ୧୧।୪: ଅଳିଆକୁ ମୂଲ୍ୟବାନ୍‌ ଜିନିଷରେ ପରିଣତ କରିବାରେ ସେ ବେଶ୍‌ ସିଦ୍ଧହସ୍ତ । ଅଳିଆ ତାଙ୍କ ପାଇଁ ହୀରାଖଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ହେଉଛନ୍ତି 'ଗ୍ରୀନ୍‌ ପ୍ରାକ୍ଟିସେସ୍‌'ର ପ୍ରତିଷ୍ଠାତା ମାନା ଶାହା । ମୁମ୍ବାଇର ବିଭିନ୍ନ ପରିବାର ଓ କର୍ପୋରେସନ୍‌ଗୁଡ଼ିକରୁ ପ୍ରତି ମାସରେ ୫୦୦ ଟନ୍‌ର ଅଳିଆ ନେଇ କମ୍ପୋଷ୍ଟରେ ପରିଣତ କରୁଛନ୍ତି ମାନା । ସବୁଠାରୁ ବଡ଼ କଥା ହେଲା ସେ ଅଳିଆ ସଂଗ୍ରହ କରୁଥିବା ଘର ଓ କର୍ପୋରେଟ୍‌ ଅଫିସକୁ ପ୍ରତି ବଦଳରେ ମାଗଣାରେ ସାର ପ୍ରଦାନ କରୁଛନ୍ତି । ମଧ୍ୟରାତ୍ରୀରେ ମୁମ୍ବାଇର ରାସ୍ତାଗୁଡ଼ିକ ଶାନ୍ତ ଥିବା ସମୟରେ ତାଙ୍କର ଏକ ଟିମ୍ ନିର୍ମଳା ହାଇଟ୍ସର ୯୬ ଫ୍ଲାଟ୍‌ରୁ ଅଳିଆ ସଂଗ୍ରହ କରିଥାନ୍ତି । ପୂର୍ବରୁ ଫ୍ଲାଟ୍‌ ବାସିନ୍ଦାଙ୍କ ଅନିଛା ସତ୍ତ୍ୱେ ଅଳିଆ ସଂଗ୍ରହ କରିବାକୁ ପଡ଼ୁଥିଲା । ମାତ୍ର ଏବେ ଏହି କମିଟିର ସ୍ଥାୟୀ ଅଳିଆ ପରିଚାଳନା ପ୍ରତି ଥିବା ପ୍ରତିବଦ୍ଧତା ପାଇଁ ପୁରସ୍କାର ମଧ୍ୟ ମିଳୁଛି । ତେଣୁ ଲୋକମାନେ ଆଗ୍ରହ ସହକାରେ ସହଯୋଗର ହାତ ବଢ଼ାଉଛନ୍ତି । 

‘ଗ୍ରୀନ୍‌ ପ୍ରାକ୍ଟିସେସ୍‌’ନାମକ ଏକ ସ୍ଥାନୀୟ ଆବର୍ଜନା ପରିଚାଳନ ସଂସ୍ଥା ସମାଜରୁ କେବଳ ଅଳିଆ ହଟାଇବା କାମ କରୁନାହିଁ, ବରଂ ପୁଷ୍ଟିକର ସାର ମଧ୍ୟ ପ୍ରତିବଦଳରେ ପ୍ରଦାନ କରୁଛି । ଫଳରେ ଏହି କମ୍ପୋଷ୍ଟକୁ ନେଇ ସେମାନେ ନିଜ ବଗିଚାରେ ବ୍ୟବହାର କରିବା ଦ୍ୱାରା ଅତିରିକ୍ତ ଖର୍ଚ୍ଚ ବିନା ମଧ୍ୟ ସବୁଜିମା ପାଇଁ ପୂର୍ଣ୍ଣ ପ୍ରୟାସ କରିପାରୁଛନ୍ତି । ଏହି ସଂସ୍ଥା ୨୦୧୯ରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପଦକ୍ଷେପ ଆରମ୍ଭ କରିଥିଲା । କିନ୍ତୁ, ସେତେବେଳେ ବର୍ଜ୍ୟବସ୍ତୁ ପରିଚାଳନା କରିବା ଏକ ବଡ଼ ଚ୍ୟାଲେଞ୍ଜ କିନ୍ତୁ ଏବେ କମ୍ପାନୀ ସହ ମିଶି ଆମେ ପ୍ରକ୍ରିୟାକୁ ସୁଗମ କରାଇପାରିଛୁ ବୋଲି କହନ୍ତି ସଂସ୍ଥା ମୁଖ୍ୟ । ପୌରପାଳିକାର ନିୟମ ଅନୁଯାୟୀ, ଦିନରେ ଯାତାୟତ ସମସ୍ୟାକୁ ଏଡ଼ାଇବା ପାଇଁ ମଧ୍ୟରାତ୍ରୀରେ ଅଳିଆ ସଂଗ୍ରହ କରାଯାଉଛି । ସ୍ଥାନୀୟ ବାସିନ୍ଦାଙ୍କର ଏହି ଅଭ୍ୟାସ ପୌରପାଳିକାର କାମକୁ କମ୍‌ କରେ ନାହିଁ ବରଂ ସେମାନଙ୍କ ଦାୟିତ୍ୱ ଓ ସହଯୋଗର ଭାବନାକୁ ପ୍ରୋତ୍ସାହିତ କରେ । 

ଏହି ପଦକ୍ଷେପ ପଛରେ ଥିବା ମାନା ଶାହାଙ୍କ ଜନ୍ମ ମୁମ୍ବାଇରେ । ନିଜ ପାରିବାରିକ ବ୍ୟବସାୟ ପେଟ୍ରୋଲ ପମ୍ପ ପରିଚାଳନ କରୁଥିଲେ । ପରେ ବାପାଙ୍କ ମାର୍ଗଦର୍ଶନରେ ସେ କାରାଖାନା ପରିଚାଳନ ଆରମ୍ଭ କରନ୍ତି । କ୍ରମଶଃ ଯନ୍ତ୍ରପାତିର ଶବ୍ଦ ତାଙ୍କୁ ବେଶି ଉତ୍ସାହିତ କରିଥିଲା । ପରେ ସେ ୨୦୧୦ରେ ନିଜସ୍ୱ ଉଦ୍ୟୋଗ ସବୁଜ ଅଭ୍ୟାସ ପ୍ରତିଷ୍ଠା କଲେ । ପ୍ରଭାବଶାଳୀ ପୁନଃଚକ୍ରୀକରଣ ଏବଂ କମ୍ପୋଷ୍ଟ ପାଇଁ ଉତ୍ସରେ ପୃଥକୀକରଣକୁ ମାନା ଗୁରୁତ୍ୱ ଦେଇଚାଲିଲେ । ତାଙ୍କ କମ୍ପାନୀ ଲ୍ୟାଣ୍ଡ୍‌ଫିଲ୍ସରୁ ଟନ୍‌ ଟନ୍‌ ଅଳିଆ ପୁନଃଚକ୍ରଣ କେନ୍ଦ୍ରକୁ ସ୍ଥାନାନ୍ତରଣ କରିଥାଏ । ୫୦ଟି ସୋସାଇଟି, ରିଲାଏନ୍ସ ଓ ସ୍ୱିଗି ପରି କର୍ପୋରେଟ୍‌ କମ୍ପାନୀରୁ ସଂଗ୍ରହ କରନ୍ତି ଅଳିଆ । ଫାର୍ମ ପ୍ରତି ମାସରେ ୫୦୦ ଟନ୍‌ ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ପରିଚାଳନା କରିଚାଲିଛି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.