ଜଳେଶ୍ୱର,୨୮/୫ ; ଜଳେଶ୍ୱର ରେଳ ଷ୍ଟେସନ ଉତ୍ତର ପାର୍ଶ୍ୱ ବାରମୁହା ପୋଲ ରେଳ ଧାରଣା ରୁ ଜଣେ ଅଜଣା ମହିଳାର ମୃତ ଶରୀର ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ଜଣାପଡି ନାହିଁ।
ଖଡ଼ଗପୁର-ବାଲେଶ୍ୱର ମେମୋ ଟ୍ରେନ ଅପ୍ ଲାଇନ୍ ରେ ଯାଉଥିବା ବେଳେ ମହିଳା ଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ କୈାଣସି ପରିଚୟ ମିଳିନଥିବା ବେଳେ ସେ ନୀଳ ରଙ୍ଗର ଫୁଲ ଧଡି ଥିବା ଶାଢୀ ପିନ୍ଧିଛନ୍ତି। ରେଳବାଇ ପୋଲିସ ଶବକୁ ଉଦ୍ଧାର କରି ବାଲେଶ୍ୱର ବ୍ୟବଛେଦ ପରେ ଚିହ୍ନଟ ପାଇଁ ସାଇତି ରଖାଯାଇଥିବା ସୂଚନା ଦେଇଛନ୍ତି।