ସୋର,୨୬/୦୨:ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ପ୍ରେମିକାର ଗଳାକାଟି ହତ୍ୟା ଘଟଣା ।  ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ। ଦୀର୍ଘ ୪୩ ଘଣ୍ଟାର କସରତ ପରେ ପୁଲିସ ଅଭିଯୁକ୍ତ ବିଶ୍ୱରଞ୍ଜନ ପୁହାଣକୁ ନିଜ ଗ୍ରାମ ଚୂଡ଼ାମଣି ନିକଟ ଏକ ଜଙ୍ଗଲିଆ ସ୍ଥାନରୁ ତାକୁ ଗିରଫ କରିଛି। ତେବେ ପୁଲିସକୁ ଦେଖିବା ପରେ ଅଭିଯୁକ୍ତ ବିଷ ପିଇ ଦେଇଥିଲା। ଫଳରେ ପୋଲିସ ତାକୁ ସେଠାରୁ ସିଧା ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସାପରେ ଡାକ୍ତର ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ତେବେ ପୁଲିସ ତାଙ୍କୁ ଭଦ୍ରକରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିବ ବୋଲି ପୁଲିସ ସୂଚନା ଦେଇଛି।

ତେବେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ତ ୨୪ ତାରିଖ ଦିନ ୧୧ଟା ସମୟରେ ଘଟିଥିଲା ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ।  ଘରେ ପଶି ଜଣେ ଯୁବତୀଙ୍କ ଗଳା କାଟି ହତ୍ୟା କରିଥିଲା ପ୍ରେମିକ। ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଜଣେ ଯୁବକ ଏଭଳି ହତ୍ୟା ହୋଇଥିଲା।  ମୃତ ଯୁବତୀ  ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋତିର୍ମୟୀ। ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କଟାଯାଇଥିଲା। ପରିବାର ଲୋକେ ତାଙ୍କୁ  ସୋର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।