ରାଉରକେଲା , ୪।୨ :  ମହିଳାଙ୍କୁ ତୀର ମାଡ଼।  ଏଥିରେ  ମହିଳା  ଜଣକ ଗୁରୁତର ହୋଇଛନ୍ତି।  ମହିଳାଙ୍କ ଡାହାଣ ହାତରେ ତୀର ଲାଗି ରହିଥିବା ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଶ୍ରା ଥାନା ଅଚଂଳରେ ଏହି ଘଟଣା ଘଟିଛି।  ଗୁରୁତର ମହିଳା ଜଣକ ହେଲେ ସୀତା ସିଂ ।

ବିଶ୍ରା ଥାନା ଅଚଂଳର ସୀତା ସିଂଙ୍କ ଉପରକୁ ତୀର ମାଡ଼ ହୋଇଛି।  ମହିଳାଙ୍କ ଡ଼ାହାଣ ହାତରେ ବାଜିଛି ତୀର । ଗୁରତର ଅବସ୍ଥାରେ ମହିଳାଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ତୀର ମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି।  ଘଟଣାସ୍ଥଳରେ ବିଶ୍ରା ପୋଲିସ ପହଞ୍ଚି ଘଟଣାର  ତଦନ୍ତ କରୁଛି।