ଛତ୍ରପୁର ,୨୩।୧୦ : ଛତ୍ରପୁର ବ୍ଲକ ପୋଟଲାମପୁର ଗାଁ ରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି l ମୃତ ମହିଳା ଜଣକ ହେଲେ ଶୋଭା ତରାଇ (୬୨) । ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥଲା। 

ପୋଟଲାମପୁର ଗାଁର ଶୋଭା ସକାଳେ  ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିଲେ l ସେଠାରୁ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜି ବିଲକୁ ଯାଇଥିଲେ l ସେଠାରେ ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।  ବାରହା ଆକ୍ରମଣରେ ମୃତ୍ୟୁ ହୋଇଥିବା  ଜଣାପଡିବା ପରେ ତହସିଲଦାର, ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।