ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଚିକିତ୍ସା ନ ପାଇ ମହିଳା ଛଟପଟ , ୪୦% ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ପଦବିରେ ବିଶେଷଜ୍ଞ ନାହାନ୍ତି

Published By : Prameya | March 25, 2025 11:00 PM

ଭୁବନେଶ୍ୱର,୨୫/୩ : ରାଜ୍ୟରେ ୪୦% ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ପଦବିରେ ବିଶେଷଜ୍ଞ ନାହାନ୍ତି । ୫୮୪ ମଞ୍ଜୁରିପ୍ରାପ୍ତ ପଦବି ମଧ୍ୟରେ ୩୫୧ ଜଣ ବିଶେଷଜ୍ଞ ରହିଥିଲା ବେଳେ ୨୩୩ ଖାଲି ପଡ଼ିଛି । ମହିଳାଙ୍କ ଚିତ୍କାର ଶୁଣିବାକୁ କେହି ନାହାନ୍ତି । ଉପଯୁକ୍ତ ଚିକିତ୍ସା ନପାଇ ମହିଳା ଛଟପଟ ହେଉଛନ୍ତି । ମହିଳାଙ୍କ ଯନ୍ତ୍ରଣା ପ୍ରତି ସମ୍ବେଦନଶୀଳ ନୁହନ୍ତି ରାଜ୍ୟ ସରକାର । ସ୍ତ୍ରୀ ରୋଗ ଓ ପ୍ରସୂତି ଜନିତ ସମସ୍ୟା ହେଲେ କେଉଁ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବେ ଭାବିଲା ବେଳକୁ ଚାରିଆଡ଼େ ଅନ୍ଧାର ଦେଖା ଦେଉଛି । ରାଜ୍ୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି ।

ନୟାଗଡ଼ ଜିଲ୍ଲାରେ କିଶୋରୀ ଓ ମହିଳାଙ୍କ ରୋଗ ଯନ୍ତ୍ରଣାରେ କଲବଲ । ଜିଲ୍ଲାରେ ଜଣେ ହେଲେ ବିଶେଷଜ୍ଞଙ୍କୁ ନିଯୁକ୍ତି କରିପାରିନାହାନ୍ତି ରାଜ୍ୟ ସରକାର । ଜିଲ୍ଲାରେ ୧୬ ମଞ୍ଜୁରିପ୍ରାପ୍ତ ପଦବିରେ ଶୂନ୍ୟ ପଡ଼ିଛି ବିଶେଷଜ୍ଞଙ୍କ ସଂଖ୍ୟା । ସିଏ ପ୍ରସୂତି ଯନ୍ତ୍ରଣା ହେଉ ବା ସ୍ତ୍ରରୋଗ ସମସ୍ୟା କାହାପାଖକୁ ଯଦି ଥଳକୂଳ ପାଉନାହାନ୍ତି । ସାଧାରଣ ଓ ଗରିବ ରୋଗୀଙ୍କ ଚିନ୍ତା ବଢ଼ିଯାଉଛି । ରାୟଗଡ଼ାରେ ସେହି ସମାନ ସ୍ଥିତି ଉପୁଜିଛି । ସେଠାରେ ୧୮ ପଦବିରେ ୧୩ ଜଣ ବିଶେଷଜ୍ଞ ନାହାନ୍ତି । ଜିଲ୍ଲାରେ ସଙ୍ଗିନ ସ୍ଥିତି ଉପୁଜିଛି । ମାଲକାନଗିରି ଜିଲ୍ଲାରେ ୧୫ରୁ ୧୦ ପଦବି ଖାଲି ପଡ଼ିଛି । କନ୍ଧମାଳରେ ୨୧ ପଦବିରେ ୧୪ ବିଶେଷଜ୍ଞ ପଦ ଶୂନ୍ୟ ରହିଛି । କେନ୍ଦଝରରେ ୨୪ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୧୫ ଡାକ୍ତର ଓ ଖାଲି ପଡ଼ିଛି ୧୧ ପଦବି । ନୂଆପଡ଼ାରେ ୧୨ରୁ ଖାଲିପଡ଼ିଛି ୭ ବିଶେଷଜ୍ଞ ପଦବି । ବୌଦ୍ଧରେ ୧୦ରୁ ୭ ପଦବି ଫାଙ୍କା ରହିଛି । କୋରାପୁଟ୍‌ରେ ୨୧ରୁ ୯ ପଦବିରେ କେହି ନାହାନ୍ତି । ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ଚିକିତ୍ସା ପାଇଁ ନୟାନ୍ତ ହେଉଛନ୍ତି ମହିଳା । 

ମୟୂରଭଞ୍ଜ ଭଳି ବଡ଼ ଜିଲ୍ଲାରେ ୩୯ ବିଶେଷଜ୍ଞ ପଦବିରୁ ୧୧ ପଦବିରେ କେହି ନାହାନ୍ତି । ଅନ୍ୟ ଜିଲ୍ଲାରେଗୁଡ଼ିକରେ ସ୍ଥିତି ବି ଉଣା ଅଧିକ ସମାନ ରହିଛି ।  ଅନୁଗୁଳରେ ୧୮ ପଦବିରେ ୧୧ ଜଣ ଅଛନ୍ତି ଏବଂ ୭ ଖାଲିପଡ଼ିଛି । ସେହିପରି ବାଲେଶ୍ୱର ୩, ବରଗଡ଼ରେ ୧, ବଲାଙ୍ଗିରରେ ୧୨, କଟକରେ ୫, ଦେବଗଡ଼ରେ ୭, ଢ଼େଙ୍କାନାଳରେ ୬, ଗଞ୍ଜାମ ୧୪ ପଦବି ଖାଲି ପଡ଼ିଛି । ଯାଜପୁର ୧, ଝାରସୁଗୁଡ଼ାରେ କଳାହାଣ୍ଡି ୨୫ରୁ ୧୫, କେନ୍ଦ୍ରାପଡ଼ାରେ ୫, ଖୋର୍ଦ୍ଧାରେ ୫ ପଦବି ଫାଙ୍କା । ଏହାଛଡ଼ା ପୁରୀରେ ୯, ସମ୍ବଲପୁରରେ ୬, ସୁବର୍ଣ୍ଣପୁରରେ ୧, ସୁନ୍ଦରଗଡ଼ରେ ୧୦ ପଦବି ଖାଲି ପଡ଼ିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.