ନୂଆଦିଲ୍ଲୀ,୦୮/୦୩; ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଏହାରି ଭିତରେ ଏକ ନିରାଶ କରିବା ପରି ଖବର ଆସିଛି । ମହିଳା ଭାରତୀୟ ଦଳ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଛି । ଭାରତୀୟ ମହିଳା କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ଗ୍ରସ୍ତରେ ଦିନିକିଆ ପରେ ଟେଷ୍ଟ ସିରିଜରେ ପରାସ୍ତ ହୋଇଛି । ପର୍ଥର ପଶ୍ଚିମ ଅଷ୍ଟ୍ରେଲିଆ କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡ (WACA)ରେ ଖେଳାଯାଇଥିବା ଦିବା-ରାତ୍ର ଟେଷ୍ଟ ମ୍ୟାଚକୁ ଅଷ୍ଟ୍ରେଲିଆ ମହିଳା ଦଳ ସହଜରେ ଜିତିଛି । ଭାରତୀୟ ମହିଳା ଦଳ ଏହି ମ୍ୟାଚ୍ ରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଯାହା ଫଳରେ ବହୁ-ଫର୍ମାଟ୍ ସିରିଜ୍ ହାରିଛି । ଭାରତୀୟ ମହିଳା ଦଳ ଏହି ମ୍ୟାଚ୍ ରେ ୩ଦିନ ବି ତିଷ୍ଠି ପାରିନଥିଲା । ଅଷ୍ଟ୍ରେଲିଆ ତୃତୀୟ ଦିନର ପ୍ରଥମ ସେସନରେ ୧୦ ୱିକେଟରେ ବାଜି ମାରି ନେଇଛି ।
ଭାରତୀୟ ବ୍ୟାଟିଂ ନିରାଶ କରିଛି- ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ସେସନପୁ ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଘରୋଇ ଦଳ । ଭାରତୀୟ ଦଳ ପ୍ରଥମ ଇନିଂସରେ ୬୨.୪ ଓଭରରେ ୧୯୮ ରନ୍ କରି ଅଲଆଉଟ୍ ହୋଇଥିଲା। ଜେମିମା ରଡ୍ରିଗ୍ସ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଅନ୍ୟ ବ୍ୟାଟର ବିଫଳ ହୋଇଥିଲେ । କେହି ଅଧିକ ସମୟ ତିଷ୍ଠି ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆନାବେଲ ସଦରଲ୍ୟାଣ୍ଡ ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଜବାବରେ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୨୩ ରନ୍ କରିଥିଲା, ଯାହା ଫଳରେ ସେମାନଙ୍କୁ ୧୨୫ ରନ୍ର ଦୃଢ଼ ଲିଡ୍ ମିଳିଥିଲା ।ବୋଲିଂ ପରେ ଆନାବେଲ ସଦରଲାଣ୍ଡ ମଧ୍ୟ ବ୍ୟାଟରେ ଚମତ୍କାର ପ୍ରଦର୍ଶନ କରି ଶତକ ହାସଲ କରିଥିଲେ ଏବଂ ୧୨୯ ରନ କରିଥିଲେ । ଏଲିସା ପେରି ମଧ୍ୟ ୭୬ ରନ କରି ମହିଳା ଟେଷ୍ଟରେ ଅଷ୍ଟ୍ରେଲିଆର ସର୍ବାଧିକ ରନ ସ୍କୋରର ହୋଇଛନ୍ତି । ଭାରତର ସାୟାଲି ସତଘରେ ଡେବ୍ୟୁରେ ୪ଟି ୱିକେଟ ନେଇଥିଲେ, କିନ୍ତୁ ଅଷ୍ଟ୍ରେଲିଆକୁ ଏକ ବଡ଼ ସ୍କୋର କରିବାରୁ ରୋକିପାରି ନଥିଲେ ।
ଦ୍ୱିତୀୟ ଇନିଂସ ମଧ୍ୟ ଖରାପ ଥିଲା- ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ଦଳ ବିଫଳ ହୋଇଥିଲା । ସ୍ମୃତି ମନ୍ଧାନା ଏବଂ ଶେଫାଳି ବର୍ମା ଶୀଘ୍ର ଆଉଟ୍ ହୋଇଥିଲେ । ସଦରଲ୍ୟାଣ୍ଡ ଏବଂ ଡେବ୍ୟୁଟାଣ୍ଟ ଲୁସି ହାମିଲଟନ ମିଳିତ ଭାବରେ ଟପ୍ ଅର୍ଡରକୁ ଭାଙ୍ଗି ଦେଇଥିଲେ, ଯାହା ଫଳରେ ଭାରତ ଏହି ଇନିଂସରେ ମଧ୍ୟ ୧୪୯ ରନରେ ଅଲଆଉଟ୍ ହୋଇଥିଲା । ପ୍ରତୀକା ରାୱଲଙ୍କ ଲଢ଼ୁଆ ୬୩ ରନ ଯୋଗୁଁ ଦଳ ଏହି ସ୍କୋର ହାସଲ କରିଥିଲା, ଯାହା ଅଷ୍ଟ୍ରେଲିଆକୁ ୨୫ ରନର ଟାର୍ଗେଟ ଦେଇଥିଲା, ଯାହାକୁ ଅଷ୍ଟ୍ରେଲିଆ ୪.୩ ଓଭରରେ ୱିକେଟ ନ ହରାଇ ହାସଲ କରିଥିଲା ।
ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ଟକ୍କରରେ ଆଜି History Repeat- History Defeat ଦିନ , ରୋହିତଙ୍କ ସ୍ୱପ୍ନ ପୂରଣ କରିବେ କି ସୂର୍ଯ୍ୟସେନା ?
Australia win the Pink-Ball Test by 10 wickets.
With that, the multi-format series comes to an end.
Scorecard ▶️ https://t.co/60dR7l123m#TeamIndia | #AUSvIND pic.twitter.com/AtBWo9mvG7
— BCCI Women (@BCCIWomen) March 8, 2026
ଏଲିସା ହିଲିଙ୍କୁ କାନ୍ଧରେ ଉଠାଇଲେ ସାଥୀ- ଭାରତ ବିପକ୍ଷରେ ଡେ-ନାଇଟ୍ ଟେଷ୍ଟକୁ ୧୦ ୱିକେଟରେ ଜିତିଛି ଅଷ୍ଟ୍ରେଲିଆ । ଏହା ସହିତ ଅଷ୍ଟ୍ରେଲିଆ ଦଳ ଅଧିନାୟିକା ଏଲିସା ହିଲିଙ୍କ କ୍ୟାରିୟର ଅନ୍ତ ଅଛି । ଏହି ସିରିଜ ପୂର୍ବରୁ ଅବସର ଘୋଷଣା କରିଥିଲେ ଏଲିସା ହିଲି । ଏହା ତାଙ୍କର ଶେଷ ମ୍ୟାଚ ହୋଇଥିବାରୁ ତାଙ୍କ ସାଥୀ ଖେଳାଳି କାନ୍ଧରେ ବସାଇ ପର୍ଥ ଷ୍ଟାଡିୟମ ପରିକ୍ରମା କିର ବିଦାୟ ଦେଇଛନ୍ତି । ସାଥୀ ଖେଳାଳିଙ୍କ ସହ ଏଲିସା ହିଲି ଭାବୁକ ହୋଇଥିଲା ଦେଖିବାକୁ ମିଳିଛି ।
Australian players carrying Alyssa Healy on their shoulders. ❤️pic.twitter.com/lSD0KOsrbY
— Mufaddal Vohra (@mufaddal_vohra) March 8, 2026
ଅଷ୍ଟ୍ରେଲିଆ ୫-୨ରେ ସିରିଜ ଜିତିଲା- ଏହା ଏକ ମଲ୍ଡିଂ-ଫର୍ମାଟ ସିରିଜ୍ ଥିଲା । ଯେଉଁଥିରେ ୩ଟି ଟି-୨୦, ୩ଦିନିକିଆ ଏବଂ ଗୋଟିଏ ଟେଷ୍ଟ ମ୍ୟାଚ୍ ଥିଲା । ଭାରତ ଟି-୨୦ ସିରିଜ୍ ୨-୧ ରେ ଜିତି ଆଗୁଆ ହୋଇଥିଲା । ଏହା ପରେ ଅଷ୍ଟ୍ରେଲିଆ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା । ସେମାନେ ପ୍ରଥମେ ଏକଦିବସୀୟ ସିରିଜ୍ ୩-୦ରେ ଜିତିଥିଲେ ଏବଂ ତା'ପରେ ଟେଷ୍ଟ ମ୍ୟାଚ୍ ଜିତି ସିରିଜ୍ ୫-୨ରେ କବଜା କରିଛି ।