ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପକ୍କାଘର ଅପହଞ୍ଚ : ଝାଟିମାଟି ଘରେ ବିତୁଛି ମହିଳାଙ୍କ ଜୀବନ

Published By : Suraj Kumar | March 29, 2025 8:07 PM

ଫିରିଙ୍ଗିଆ ,୨୯।୩ : ପକ୍କାଘର ଅପହଞ୍ଚ। ମିଳୁନି ଆବାସ। ଝାଟିମାଟି ଘରେ ବିତୁଛି ବିଧବା ମହିଳାଙ୍କ ଜୀବନ।  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଲାବୃଡି ପଞ୍ଚାୟତ ଅନ୍ତର୍ଗତ ବାଲିପଦର ଗ୍ରାମରେ ଏହା ଦେଖିବାକୁ ମିଳିଛି। ଏହି ଗ୍ରାମର ବିଧବା ମହିଳା ପଦ୍ମିନୀ କର୍ଣ୍ଣଙ୍କ ପାଇଁ ଆବାସ  ଯୋଜନା ଅପହଞ୍ଚ ହୋଇପଡ଼ିଛି । 

 ଝାଟିମାଟି  ଘରେ ବିପଦ ସଙ୍କୁଳ ଅବସ୍ଥାରେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ପଦ୍ମିନୀ ଓ ୧୨ ବର୍ଷ ର ଝିଅ ପାର୍ଚି କର୍ଣ୍ଣ। ପକ୍କା ଘର ଖଣ୍ଡିଏ ନଥିବାରୁ ଅଧିକ ବର୍ଷା ପବନ ବହିବା ସମୟରେ ଏହି ବିପଦ ସଙ୍କୁଳ ଘର ଛାଡ଼ି ଅନ୍ୟ ଘରେ ଆଶ୍ରୟ ନେଉଥିବା କହିଛନ୍ତି   ଗ୍ରାମ ବାସୀ। ପଦ୍ମିନୀ ଙ୍କ ପରିବାରକୁ ମାସିକ ୧୦ କିଲୋ ଚାଉଳ ଓ ୧୦୦୦ ଟଙ୍କା ବିଧବା ଭତ୍ତା ମିଳୁଥିଲେ ମଧ୍ୟ  ଚଳିବା ପାଇଁ ବହୁତ୍ ଅସୁବିଧା ହେଉଥିବା କହିଛନ୍ତି ।  ସରକାରଙ୍କ ପକ୍ଷରୁ ତାଙ୍କୁ ଆଜି ପର୍ଯ୍ୟନ୍ତ ପକ୍କା ଘର ମିଳିନଥିବା ପଦ୍ମିନୀ ଦୁଃଖର ସହ କହିଛନ୍ତି । 

 ପକ୍କା ଘର ଖଣ୍ଡିଏ ପାଇବା ପାଇଁ ଦୀର୍ଘ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ସୁଫଳ ମିଳିନାହିଁ । ପଦ୍ମିନୀ ଜଣେ ଦିନ ମଜୁରୀଆ । ସବୁଦିନ ମୂଲ ମଜୁରୀ ମିଳୁନାହିଁ । ଯାହା କିଛି ମୂଲ ମଜୁରୀ ମିଳେ ସେଥିରେ ନିଜେ  ଚଳୁଥିବା ବେଳେ ପକ୍କା ଘର ଖଣ୍ଡିଏ କରିବା ତାଙ୍କ ପକ୍ଷେ ସାତ ସପନ ପାଲଟିଛି । ଅନ୍ତ୍ୟାଦୋୟ ଯୋଜନାରେ ସାମିଲ କରି ମାସିକ ୩୫କିଲୋ ଚାଉଳ ଦେବା ସହିତ ଆବାସ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସେ ନିବେଦନ କରିଛନ୍ତି। ଏହି ଗରିବ ପରିବାରକୁ ଘର ଖଣ୍ଡିଏ ଓ ଅନ୍ତଦୟ ଯୋଜନାରେ ସାମିଲ କରି ମାସିକ ୩୫ କିଲୋ ଚାଉଳ ଯୋଗାଇ ଦେବାକୁ ଗ୍ରାମର ସମାଜ ସେବୀ କିଶ୍ବର ପ୍ରଧାନ, ଦୁତିଆ କର୍ଣ୍ଣ, ସୁକମଣି କର୍ଣ୍ଣ,ସରିନି କର୍ଣ୍ଣ,ମାନସ କର୍ଣ୍ଣ, ବିଶ୍ବ କର୍ଣ୍ଣ, ଦାବି କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.