ନୂଆଦିଲ୍ଲୀ,୧୧/୧୨: ମହିଳା ସୁରକ୍ଷା ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି । ଜଣେ ମହିଳା ଏହାର ଅପବ୍ୟବହାର କରିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବେଙ୍ଗାଲୁରୁର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଚର୍ଚ୍ଚା ଭିତରେ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମହିଳାଙ୍କ ସୁରକ୍ଷା ପାଇଁ ବିଏନଏସ ୮୬ ରହିଛି । ବ୍ୟକ୍ତଗତ କାରଣ ପାଇଁ ମହିଲା ଏହାର ମିସୟୁଜ କରାଯାଇପାରିବ ନାହିଁ । ଏହପରି କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜୋରିମାନା ବ୍ୟବସ୍ଥା ରହିଛି ବୋଲି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ।

ଜଷ୍ଟିସ ବିଏନ ନାଗରତ୍ନା ଓ ଜଷ୍ଟିସ ଏନ କୋଟିସ୍ବର ସିଂହଙ୍କ ଗଠିତ ଖଣ୍ଡପୀଠ କହିଛନ୍ତି, ମହିଳାଙ୍କ ସୁରକ୍ଷା ତଥା ସେମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ରହିଛି  । ମାତ୍ର ଏବେ ଏହାର ଅପବ୍ୟବହାର ହୋଉଥିବା ଦେଖିବାକୁ ମିଳୁଛି । କିଛି ମହିଳା ତାଙ୍କ ସ୍ବାମୀ ଓ ପରିବାରକୁ ଅଯଥା ବିଭିନ୍ନ ଦାବି କରି ଅସୁବିଧାରେ ପକାଉଛନ୍ତି  । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଜଣେ ମହିଳା ତାଙ୍କ ସୁରକ୍ଷା ଆଇନକୁ ସ୍ବାମୀଙ୍କ ବିରୋଧରେ ବ୍ୟବହାର କରିପାରିବେ ନାହିଁ । ମହିଳା ସୁରକ୍ଷା ଆଇନର ଅପବ୍ୟବହାର ହୋଇପାରିବ ନାହିଁ । ସ୍ବାମୀଙ୍କ ବିରୋଧରେ ପତ୍ନୀ ଏହାର ଅପବ୍ୟବହାର କରିପାରିବେ ନାହିଁ  । ଧାରା ୪୯୮ ଏ ଜରିଆରେ ଜଣେ ମହିଳା ତାଙ୍କ ସ୍ବାମୀ କିମ୍ବା ପରିବାର ବିରୋଧରେ ଏପରି ନକରିବାକୁ ଉଲ୍ଲେଖ୍ୟ ରହିଛି । 

ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ  ଆତ୍ମହତ୍ୟା ଚର୍ଚ୍ଚା ଭିତରେ ଏହି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ପତ୍ନୀ ଓ ଶାଶୁଘର ଲୋକଙ୍କ ନିର୍ଯାତନା ସହି ପାରି ଅତୁଲ  ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଅତୁଲଙ୍କ  ପତ୍ନୀ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିଲେ । ଫଳରେ ଉଭୟଙ୍କ ସମ୍ପର୍କରେ ଫାଟ ପଡିଥିଲା। ଡିସେମ୍ବର ୯  ତାରିଖରେ ୯୦ ମିନିଟର ଭିଡିଓ ଓ ୨୪ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥିଲେ ଅତୁଲ । ଏହି ଘଟଣା ଏବେ ଚର୍ତ୍ତାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟ ମହିଳା ସୁରକ୍ଷା ଆଇନର ଅପବ୍ୟବହାର ହୋଇପାରିବ ନାହିଁ ବୋଲି ରାୟ ଶୁଣାଇଛନ୍ତି।