ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ମହିଳା ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି : ଦୀପିକାଙ୍କ ଡବଲ ଗୋଲରେ ଜିତିଲା ଭାରତ, ୩-୨ରେ ହରିଲା କୋରିଆ

Published By : Rasmita Pradhan | November 13, 2024 8:53 AM

ରାଜଗିର, ୧୩/୧୧ : ମହିଳା ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ଉନ୍ନତ ପ୍ରଦର୍ଶନ ଜାରି ରଖି କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ହାସଲ କରିଛି । ଦଳ ୩-୨ ଗୋଲରେ ଦକ୍ଷିଣ କୋରିଆକୁ ପରାଜିତ କରିଥିଲା । ଦୀପିକା ଶେରାୱତ ଡବଲ ଗୋଲ୍‌ ଦେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟ ମ୍ୟାଚ୍‌ ଦୁଇଟିରେ ଥାଇଲାଣ୍ଡ ୧-୧ ଗୋଲରେ ଜାପାନ ସହ ଡ୍ର’ ରଖିଥିବାବେଳେ ଚୀନ ୫-୦ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । 

ପ୍ରଥମ ମ୍ୟାଚ୍‌ରେ ଭାରତ ୪-୦ରେ ମାଲେସିଆକୁ ହରାଇଥିଲା । ଗତକାଲି କୋରିଆ ବିପକ୍ଷରେ କିନ୍ତୁ ଦଳକୁ ସଂଘର୍ଷ କରିବା ପାଇଁ ପଡ଼ିଥିଲା । ତୃତୀୟ ମିନିଟରେ ସଙ୍ଗୀତା କୁମାରୀ ଦଳର ଗୋଲ ଖାତା ଖୋଲିଥିଲେ । ପରେ ୨୦ ମିନିଟରେ ଦୀପିକା ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ । ତୃତୀୟ କ୍ୱାର୍ଟରରେ କୋରିଆ ପ୍ରତ୍ୟାବର୍ତ୍ତନ କରି ୩୪ ଓ ୩୮ ମିନିଟରେ ୨ଟି ଗୋଲ୍‌ ସ୍କୋର କରିବା ସହ ୨-୨ ଗୋଲରେ ସ୍ଥିତି ବରାବର କରିଥିଲା । ପରବର୍ତ୍ତୀ ସମୟ ଖେଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ୫୭ ମିନିଟରେ ଘରୋଇ ଦଳକୁ ମିଳିଥିଲା ପେନାଲ୍ଟି ଷ୍ଟ୍ରୋକ୍‌ । ଦୀକିପା ଏହାକୁ ଗୋଲରେ ରୂପାନ୍ତରିତ କରି ଦଳକୁ ବିଜୟୀ କରିଥିଲେ । ଆସନ୍ତା ୧୪ ତାରିଖରେ ଭାରତ ତୃତୀୟ ମ୍ୟାଚ୍‌ ଥାଇଲାଣ୍ଡ ସହ ଖେଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.