ଭୁବନେଶ୍ବର ୦୫/୦୮: ଅପେକ୍ଷାର ଅନ୍ତ ଘଟିଲା । ଗଠନ ହେଲେ ମହିଳା କମିଶନ । ମହିଳା କମିଶନର ନୂଆ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଲେ ସୋଭନା ମହାନ୍ତି । ସେହିଭଳି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ରଙ୍କୁ ମିଳିଛି ଗୁରୁଦାୟିତ୍ବ। ଆସନ୍ତା ୩ ବର୍ଷା ପାଇଁ ନିଯୁକ୍ତ ଦେଲେ ରାଜ୍ୟ ସରକାର । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିଭଳି ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଲେ ଆଉ ୬ ସଦସ୍ୟ। ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ ଏବଂ ସୁଜାତା ନାୟକଙ୍କୁ ସଦସ୍ୟ ଭାବେ ନିଯୁକ୍ତ ଦିଆଯାଇଛି ।