ଭୁବନେଶ୍ୱର ୨୧/୧୧:  ମହିଳା ବିରୋଧୀ ହିଂସାର ଉପରେ ଲାଗିବ ଲଗାମ୍। ଖୁବ୍‌ଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ। ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା, ଶୋଷଣକୁ ରୋକିବା ସହ ଦୋଷୀ ବିରୋଧରେ କଠୋରରୁ କଠୋର ଦଣ୍ଡବିଧାନ କରାଯାଇଛି। ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟରେ ମଧ୍ୟମରେ ପୀଡିତାଙ୍କ ମିଳିବ ନ୍ୟାୟ।  ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ମହିଳା କୋର୍ଟ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି ।

ଶ୍ରୀ  ହରିଚନ୍ଦନ କହିଛନ୍ତି, ସରକାର ଏ ସମ୍ପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି ।  ସରକାର ଏ ବାବଦରେ ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବାକୁ ଯାଉଛନ୍ତି । ମହିଳା  ସଂକ୍ରାନ୍ତୀୟ ସମସ୍ତ ଅପରାଧର ବିଚାର ପାଇଁ ୪ଟି କୋର୍ଟ ପ୍ରତିଷ୍ଠା ହେବ । ପାଇଲଟ୍‌ ପ୍ରକଳ୍ପ ଭାବେ ଆଗ ଏହି ୪ଟି କୋର୍ଟର  କାର୍ଯ୍ୟକାରିତାକୁ ଦେଖାଯିବ । ଫାଷ୍ଟଟ୍ରାକ୍‌ କୋର୍ଟ  ଭାବେ ଏହି କୋର୍ଟଗୁଡ଼ିକ ମହିଳା ସଂକ୍ରାନ୍ତୀୟ ଅପରାଧର ବିଚାର କରିବେ । ସେଠାରେ  ବିଚାରପତି ମହିଳା ଓ ସରକାରୀ ଓକିଲ ମଧ୍ୟ  ମହିଳା ରହିବେ । ଫଳରେ ପୀଡ଼ିତାଙ୍କୁ ଜେରା ବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।