ରାଞ୍ଚି,୧୨/୦୧: ଆଜିଠୁୁ ରାଞ୍ଚିରେ ଆରମ୍ଭ ହେବାକୁ ଯାଉଛି ମହିଳା ହକି ଇଣ୍ଡିଆ ଲିଗ୍‌  (ଏଚ୍‌ଆଇଏଲ) । ଉଦ୍‌ଘାଟନୀ ଲଢ଼େଇ ଓଡ଼ିଶା ୱାରିୟର୍ସ ଓ ଦିଲ୍ଲୀ ଏସ୍‌ଜି ପିପର୍ସ ମଧ୍ୟରେ ଖେଳାଯିବ ।  

ପୂର୍ବରୁ ପୁରୁଷ ବର୍ଗରେ ହକି ଇଣ୍ଡିଆ  ଲିଗ୍‌ ଖେଳାଯାଉଥିଲା ଏବଂ ୨୦୧୭ ଠାରୁ  ସ୍ଥଗିତ ରହିଥିଲା । ୭ ବର୍ଷ ପରେ ପୁଣି  ଲିଗକୁ ଆରମ୍ଭ କରାଯିବା ନେଇ ଚୂଡ଼ାନ୍ତ  ହେବା ପରେ ମହିଳା ଲିଗ୍‌କୁ ଏଥିରେ  ସାମିଲ କରାଯାଇଥିଲା । ଅର୍ଥାତ ଚଳିତ ବର୍ଷ  ଠାରୁ ମହିଳା ଲିଗ୍‌ର ଶୁଭାରମ୍ଭ ହେଉଛି । 

ପ୍ରଥମ ସଂସ୍କରଣରେ ମୋଟ୍‌ ୪ଟି  ଦଳ ଭାଗ ନେଇଛନ୍ତି । ସେମାନେ ଦିଲ୍ଲୀ,  ଓଡ଼ିଶା, ରାହ ବେଙ୍ଗଲ ଟାଇଗର୍ସ ଏବଂ  ସୁରମା ହକି କ୍ଲବ । ଲିଗ୍‌ରେ ୧୨ରୁ ଆରମ୍ଭ  ହୋଇ ୨୬ ତାରିଖରେ ଶେଷ ହେବ । ପଏଣ୍ଟ ଟେବୁଲର ଶ୍ରେଷ୍ଠ ୨ଟି ଦଳ  ଫାଇନାଲ ଖେଳିବେ । ଉଦ୍‌ଘାଟନୀ ମ୍ୟାଚ୍‌କୁ  ନେଇ ଦର୍ଶକ ଉତ୍ସାହିତ ରହିଛି । ମହିଳା  ହକିରେ ଶ୍ରେଷ୍ଠ ପ୍ରତିଯୋଗିତା ଦେଖିବା  ନେଇ ସେମାନେ ଅପେକ୍ଷା କରିଛନ୍ତି । ଟୁର୍ଣ୍ଣାମେଣ୍ଟର ୨ଟି ମ୍ୟାଚ୍‌ ରାଉରକେଲା ଏବଂ ଅବଶିଷ୍ଟ ସମସ୍ତ ମ୍ୟାଚ୍‌ରେ  ରାଞ୍ଚିରେ ଖେଳାଯିବାର ସୂଚୀ ରହିଛି ।