ନୂଆଦିଲ୍ଲୀ,୨୨/୦୬: ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଭାରତ । ଚିର ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ମାତ ଦେବା ପରେ ନେଦରଲ୍ୟାଣ୍ଡସକୁ ହରାଇଥିଲା । ତୃତୀୟ ମ୍ୟାଚରେ ଅସଲ ପରୀକ୍ଷାରେ ବିଫଳ ହୋଇଛି ଟିମ୍ ଇଣ୍ଡିଆ । ଚଳିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତର ବିଜୟଧାରାରେ ବ୍ରେକ୍ ଲଗାଇଛି ଦକ୍ଷିଣ ଆଫ୍ରିକା । ରବିବାର ଅନୁଷ୍ଠିତ ଗ୍ରୁପ୍-୧ର ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ରେ ବିଜୟ ହାସଲ କରିଛି । ଏହି ବିଜୟ ସହ ଦଳ ପଏଣ୍ଟ ତାଲିକାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଆସନ୍ତା ୨୫ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବ ।

ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚ୍ ଖେଳି ୪ପଏଣ୍ଟ ପାଇଛି । ଭାରତ ସମାନ ସଂଖ୍ୟକ ପଏଣ୍ଟ ପାଇଥିଲେ ହେଁ ଉନ୍ନତ ନେଟ୍ ରନରେଟ୍ରେ ଦ୍ୱିତୀୟ ସ୍ଥାନରେ ରହିଛି । ଟସ୍ ଜିତି ଭାରତ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୫୮ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସ୍ମୃତି ମନ୍ଧନା ୧୭, ଶେଫାଳି ବର୍ମା ୩୧ (୪ଚୌକା, ୧ଛକା), ୟସ୍ତିକା ଭାଟିଆ ୧୫, ଜେମିମା ରୋଡ୍ରିଗ୍ସ ୧୨, ଅଧିନାୟିକା ହର୍ମନପ୍ରୀତ କୌର ୨୪, ଦୀପ୍ତି ଶର୍ମା ୨୯, ରିଚା ଘୋଷ ୧୫ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାରିଜନେ କାପ୍ ଓ ସବନିମ୍ ଇସମାଇଲ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ୧୫୯ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ୪ଟି ବଲ୍ ବାକି ଥାଇ ୪ ୱିକେଟ୍ ବିନିମୟରେ ବିଜୟ ହାସଲ କରିଥିଲା । ଅଧିନାୟିକା ଲୌରା ଉଲଭାର୍ଟ ୨୦, ତଜମିନ୍ ବ୍ରିଟ୍ସ ୪୦, କାପ୍ ୪୫ବଲ୍ରେ ଅପରାଜିତ ୮୧ (୭ଚୌକା, ୪ଛକା) ରନ୍ କରିଥିଲେ । ଭାରତ ପକ୍ଷରୁ ଶ୍ରୀ ଚରଣୀ ୩ଟି ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ...ବିଶ୍ବ ରେକର୍ଡ଼ ! ଏଭଳି କରିଥିବା ପ୍ରଥମ କ୍ରିକେଟର ହେଲେ ହରମନପ୍ରୀତ କୌର

South Africa win by 6 wickets. #TeamIndia will now shift their focus to the next game against Bangladesh!

Scorecard ▶️ https://t.co/cIrb7Ekn0x#T20WorldCup | #WomenInBlue | #SAvIND pic.twitter.com/AfxIJJgxXh

ଏହା ବି ପଢନ୍ତୁ...IND A vs SL A Final: ଶ୍ରୀଲଙ୍କାକୁ ହରାଇ ଟ୍ରାଇ ସିରିଜ କବ୍ଜା କଲା ଭାରତ, ବୈଭବ ବିଜୟର ହିରୋ  

ହରମନପ୍ରୀତଙ୍କ କୀର୍ତ୍ତିମାନ-  ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ କୌର ଏକ ରେକର୍ଡ ନିଜ ନାମରେ ଲେଖାଇଥିଲେ । ସେ ପ୍ରଥମ ଖେଳାଳି ଭାବେ ୨୦୦ ଟି-ଟ୍ୱେଣ୍ଟି ମ୍ୟାଚ୍ ପୂରଣ କରିଥିଲେ । ମ୍ୟାଚ୍ ପୂର୍ବରୁ ବିସିସିଆଇ ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ଜର୍ସି ଓ କ୍ୟାପ୍ ପ୍ରଦାନ କରାଯାଇଥିଲା ।