ଶାରଜା – ମହିଳା ଟି-୨୦ ୱାର୍ଲ୍ଡ କପ୍‌ରେ ଆଜି ( ରବିବାର) ୧୩ ଅକ୍ଟୋବରରେ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍‌ ଖେଳା ଯାଇଛି। ଉଭୟ ଟିମ୍‌ ଶାରଜା ମୈଦାନରେ ସାମ୍ନା ସାମ୍ନି ହୋଇଥିଲେ। ଭାରତକୁ ୧୫୨ ରନ୍‌ର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ଭାରତ ବିରୋଧରେ ୯ ରନ୍‌ରେ ମ୍ୟାଚ୍‌କୁ ହାତେଇଛି। ଟିମ୍‌ ଇଣ୍ଡିଆକୁ ହରାଇ ମ୍ୟାଚ୍‌ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । 

ହରମନପ୍ରୀତ ୫୪ ରନ୍‌ କରି ନଟଆଉଟ୍‌ ରହିଥିଲେ। ଭାରତକୁ ୬ଟି ବଲ୍‌ରେ ବିଜୟ ପାଇଁ ୧୪ ରନ୍‌ର ଆବଶ୍ୟକତା ଥିଲା । ହେଲେ ତାହା ଭାରତ କରି ପାରି ନଥିଲା। ଏହି କର ବା ମର ମ୍ୟାଚରେ ୯ ରନ୍‌ରେ ଭାରତକୁ ହାରିବାକୁ ପଡ଼ିଥିଲା। 

ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସି ୧୫୨ରନ୍‌ର ଟାର୍ଗେଟ୍‌ ସେଟ୍‌ କରିଥିଲା। ଜବାବରେ ଭାରତୀୟ ଟିମ୍‌ ୯ ୱିକେଟ୍‌ ହରାଇ ୧୪୨ ରନ୍‌ କରି ପାରିଥିଲା ଏବଂ ମ୍ୟାଚକୁ ହାତ ଛଡ଼ା କରିଥିଲା।