ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

Women's Tri-Series 2025; ପ୍ରତିକାଙ୍କ ଦମଦାର ଇନିଂସ, ଦକ୍ଷିଣ ଆଫ୍ରିକାକୁ ୨୭୭ ରନ୍‌ର ଟାର୍ଗେଟ

Published By : Ankita S | April 29, 2025 2:11 PM

ନୂଆଦିଲ୍ଲୀ,୨୯/୦୪:  ମହିଳା ତ୍ରି-ରାଷ୍ଟ୍ରୀୟ ସିରିଜ୍‌ରେ ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୭୬ ରନ୍ କରିଛି । ଏଥିରେ ପ୍ରତିକା ରାୱଲ ୭୮ ରନ୍‌ର ପାଳି ଖେଳିଛନ୍ତି । ଦକ୍ଷିଣ ଆଫ୍ରିକାକୁ ୨୭୭ ରନ୍‌ର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ ।

ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟିକା ହରର୍ମପ୍ରୀତ କୌର । ସ୍ମୃତି ମାନ୍ଧାନା ଓ ପ୍ରତିକା ରାୱଲ ଓପନିଂ କରିଥିଲେ । ୧୮ତମ ଓଭରେ ଏହି ଯୋଡିକୁ ଭାଙ୍ଗିଥିଲେ ଅନ୍ନେରି ଡେର୍କସେନ । ସ୍ମୃତି ମାନ୍ଧାନା ୩୬ ରନ କରି ଆଉଟ୍ ହୋଇଥିଲେ । ଏହାପରେ ପ୍ରତିକାଙ୍କ ସହ ଯୋଗ ଦେଇଥିଲେ ହର୍ଲିନ ଦେଓଲ । ଏହି ଯୋଡି ଦୀର୍ଘ ସମୟ ତିଷ୍ଠି ଥିଲେ । ୩୦ତମ ଓଭରରେ ୭୮ରନ କରି ଆଉଟ୍ ହୋଇଥିଲେ ପ୍ରତିକା ରାୱଲ । ପରେ ପରେ ହର୍ଲିନ ଦେଓଲ ୨୯ରନ କରି ଆଉଟ୍ ହୋଇଥିଲେ । ଏହାପରେ ହର୍ମନପ୍ରୀତ କୌର ଓ ଜେମିମା ରୋଡ୍ରିଗ୍ସ ପାଳି ସମ୍ଭାଳିଥିଲେ । ୪୨ତମ୍ ଓଭରରେ ୪୧ ରନ କରି ଜେମିମା ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର ୨୪୭ରେ ଭାରତ ୪ଟି ୱିକେଟ୍ ହରାଇଥିଲା ।

୪୫ତମ ଓଭରରେ ରିଚା ଘୋଷ ୨୪ ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଦିପ୍ତୀ ଶର୍ମା ୯ ରନ କରି ପାଭିଲିୟନ ଫେରିଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୭୬ ରନ କରିଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ପ୍ରତିକା ରାୱଲ ସର୍ବାଧିକ ୭୫ ରନ୍‌ (୯୧) କରିଛନ୍ତି । ଦକ୍ଷିଣ ଆଫ୍ରିକାକୁ ୨୭୭ରନ ଟାର୍ଗେଟ ଦେଇଛି ଭାରତ । ସାଉଥ୍ ଆଫ୍ରିକାର ନନକୁଲୁଲେକୋ ମାଲାବା ୫୫ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

କହି ରଖୁଛି କି, ଭାରତ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହିଳା ତ୍ରି-ରାଷ୍ଟ୍ରୀୟ ସିରିଜ ରବିବାରଠୁ ଆରମ୍ଭ ହୋଇଛି । ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଯାହାକୁ ୯ ୱିକେଟରେ ଜିତିଥିଲା ଭାରତ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.