ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

‘ଯେଉଁ ପର୍ଯ୍ୟନ୍ତ ବଞ୍ଚିଛି, କାହାକୁ ଲୋକଙ୍କ ମତାଧିକାର ଛଡ଼ାଇ ନେବାକୁ ଦେବିନି’ : କେନ୍ଦ୍ର ଉପରେ ବର୍ଷିଲେ ଦିଦି

Published By : Harapriya Biswal | August 28, 2025 6:57 PM

କୋଲକାତା,୨୮।୮:  ବିହାର ପରେ, ଅନ୍ୟ ରାଜ୍ୟରେ ସ୍ପେଶାଲ ଇନଟେନସିଭ ରିଭିଜନ୍ ନେଇ ରାଜନୈତିକ ବିବାଦ ଥମୁନି। ବିରୋଧୀ ଦଳ ଏହାକୁ ନେଇ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କୁ ଲଗାତାର ବିରୋଧ କରୁଛନ୍ତି। ଏହି ସମୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଲାଖୋଲି ଚେତାବନୀ ଦେଇଛନ୍ତି। କୋଲକାତାରେ ତୃଣମୂଳ କଂଗ୍ରେସର ଛାତ୍ର ଶାଖାର ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି, ଲୋକଙ୍କ ମତଦାନ ଅଧିକାର କାହାକୁ ଛଡ଼ାଇ ନେବାକୁ ଦେବେ ନାହିଁ।

କୋଲକାତାରେ ତୃଣମୂଳ କଂଗ୍ରେସର ଛାତ୍ର ଶାଖା ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି, ବିଜେପି ମତଦାତା ସୂଚୀରୁ ମତଦାତାଙ୍କ ନାଁ ହଟାଇବାର ଉଦେଶ୍ୟରୁ ସର୍ବେକ୍ଷଣ କରିବା ପାଇଁ ସାରା ଦେଶରେ ପଶ୍ଚିମବଙ୍ଗରେ ୫୦୦ରୁ ଅଧିକ ଟିମ୍ ମୁତୟନ କରିଛି।  

ରାଲିରେ ଥିବା  ଲୋକଙ୍କୁ ସମ୍ବୋଧିତ କରି ମମତା କହିଛନ୍ତି, ଏବେ ଆପଣଙ୍କୁ ନିଜେ ଯାଞ୍ଚ କରିବା ଦରକାର। ଆପଣଙ୍କ ନାଁ ଏବେ ବି ମତଦାତା ସୂଚୀରେ ଅଛି ନା କଟିଯାଇଛି। ମମତା କହିଛନ୍ତି, ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଧମକ ଦେଉଛନ୍ତି। କମିଶନର ଅଧିକାର କ୍ଷେତ୍ର କେବଳ ନିର୍ବାଚନ ବେଳେ ୩ ମାସ ଯାଏଁ ରହିଛି, ପୁରା ବର୍ଷ ନୁହେଁ। ବିଜେପି ଲୋକ ସ୍ବାଧିନତା ଆନ୍ଦୋଳନ ବେଳେ ବଙ୍ଗାଳିଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଭୂମିକାକୁ ଭୁଲାଇବାର ଚେଷ୍ଟା କରୁଛନ୍ତି। ଯଦି ବଙ୍ଗାଳି ଭାଷା ନାହିଁ, ତେବେ ଜାତୀୟ ସଙ୍ଗୀତ  କେଉଁ ଭାଷାରେ ଲେଖା ଯାଇଥିଲା ? ସେମାନେ ଚାହାନ୍ତି, ଲୋକ ସ୍ବାଧିନତା ସଂଗ୍ରାମରେ ବଙ୍ଗାଳିଙ୍କ ଐତିହାସିକ ଭୂମିକାକୁ ଭୁଲି ଯାଆନ୍ତୁ। ଆମେ ଏହି ଭାଷା ଆତଙ୍କକୁ ବରଦାସ୍ତ କରିବୁନି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.