ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଶ୍ରମିକଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବି କଲେ ପରିବାର ଲୋକେ

Published By : Harapriya Sethi | December 7, 2024 8:51 AM

କଳାହାଣ୍ଡି,୦୭/୧୨: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଚାଲିଗଲା ଶ୍ରମିକଙ୍କ ଜୀବନ । ମୃତ ଶ୍ରମିକ ଜଣକ ଜୟପାଟଣା ବ୍ଲକ ଉଚ୍ଛୁଲା ପଞ୍ଚାୟତ କୁଣ୍ଡୀଗୁଡା ଗ୍ରାମର ପରମାନନ୍ଦ ରାଉତ (୨୦) ବୋଲି ଜଣା ପଡ଼ିଛି । କଳାହାଣ୍ଡି ଜିଲ୍ଲାରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ପରମାନନ୍ଦ ରାଉତ ନାମକ ଯୁବକ ଦିଗାମ୍ବର ରାଉତଙ୍କ ଚାଷଜମିକୁ ଧାନ କଟିବାକୁ ଯାଇଥିଲେ । ଧାନ କାଟିବା ସମୟରେ ବିଲ ଭିତର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଥିବା ଆର୍ଥିଙ୍ଗ ତାର ସଂସ୍ପର୍ଷରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ବିଦ୍ୟୁତ ବିଭାଗୀୟ ଅଧିକାରୀ ଏବଂ ପୋଲିସକୁ ଖବର ଦେଇଥିଲେ । ହେଲେ ଦୀର୍ଘ ୧୫ ଘଣ୍ଟା ପରେ ବି ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗୀୟ ଅଧିକାରୀ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି କାରଣରୁ ପରିବାର ଲୋକେ କ୍ଷତି ପୂରଣ ନଦେବା ଯାଏ  ଶବ ଉଠାଇବାକୁ ମନା କରିଛନ୍ତି । ଅନ୍ୟ ପକ୍ଷେ ଜୟପାଟଣା ପୋଲିସ ରାତିରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.