ଭୁବନେଶ୍ୱର,୨୪/୧୧: ଆଣ୍ଟିବାୟୋଟିକ୍‌ର ଅଧିକ ସେବନ  କ୍ଷତିକାରକ । ଶିକ୍ଷା ଓ ଅନୁସନ୍ଧାନ  (ସୋଆ) ଦ୍ୱାରା ପରିଚାଳିତ  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌  ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ  ଫୁଲନଖରା କ୍ୟାମ୍ପସ୍‌ରେ  ମାଇକ୍ରୋବାୟୋଲୋଜି ବିଭାଗ  ପକ୍ଷରୁ ବିଶ୍ୱ ଏଏମ୍‌ଆର୍‌ (ଆଣ୍ଟି  ମାଇକ୍ରୋବାଇଆଲ୍‌ ରେଜିଷ୍ଟାନ୍ସ)  ସଚେତନତା ସପ୍ତାହ ପାଳନ  କରାଯାଇଛି । କାର୍ଯ୍ୟକ୍ରମରେ  ଯୋଗଦେଇ ବିଶେଷଜ୍ଞମାନେ ଏହି  ମତ ପ୍ରକାଶ କରିଛନ୍ତି ।  

ଚଳିତ ବର୍ଷର ବିଷୟବସ୍ତୁ  "ଏଜୁକେଟ୍‌, ଆଡଭୋକେଟ୍‌ ଆଣ୍ଡ  ଆକ୍ଟ ନାଓ’ରହିଛି । ସୋଆ ଉପକୁଳପତି  ପ୍ରଫେସର ଡା. ପ୍ରସେନଜିତ୍‌ ମହାନ୍ତି  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  କହିଥିଲେ, ଆଣ୍ଟିବାୟୋଟିକ୍‌ ସେବନ  କରିବା ଯେତିକି ଭଲ ସେତିକି  ମନ୍ଦ । ସମ୍ମାନିତ ଅତିଥି ହସ୍ପିଟାଲ୍‌ର  ଡିନ୍‌ ପ୍ରଫେସର ଡା. ଅରକ୍ଷିତ  ସ୍ୱାଇଁ କହିଥିଲେ ଯେ, ନଭେମ୍ବର  ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଶ୍ୱ  ଏଏମ୍‌ଆର୍‌ ସଚେତନତା ସପ୍ତାହ  ପାଳନ କରାଯାଇଥାଏ । 

ଏହି ସପ୍ତାହ  ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି  ଆଣ୍ଟିବାୟୋଟିକ୍‌ ସେବନର କ୍ଷତିକୁ  ନେଇ ସଚେତନତା କରିବା । ସମସ୍ତ  ହସ୍ପିଟାଲର ଆଣ୍ଟିବାୟୋଟିକ୍‌ ନୀତି  ରହିବା ଜରୁରି ବୋଲି ପ୍ରଫେସର  ସ୍ୱାଇଁ କହିଥିଲେ । ସମ୍ମାନିତ ଅତିଥି  ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ  ଓ ସିନିୟର୍‌ କନ୍‌ସଲ୍‌ଟାଣ୍ଟ ଡାକ୍ତର  ପୂରବୀ ବରାଳ ଆଣ୍ଟିବାୟୋଟିକ୍‌  ବ୍ୟବହାର ବିଷୟରେ ବିସ୍ତୃତ ତଥ୍ୟ  ରଖିଥିଲେ । ଏହି କାର୍ଯ୍ୟକ୍ରମରେ  ରଙ୍ଗୋଲି, ପୋଷ୍ଟର ଓ ରିଲ୍‌ସ  ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ  ପୁରସ୍କାର ପ୍ରଦାନ କରାଯାଇଥିଲା ।  ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ  ଓ ଲ୍ୟାବ୍‌ ନିର୍ଦ୍ଦେଶକ ପ୍ରଫେସର ଡା.  ଦେବାଶିଷ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ମାଇକ୍ରୋବାୟୋଲୋଜି  ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର କ୍ରିତିକା  ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।