ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଶ୍ରୀକ୍ଷେତ୍ର ସାହିଯାତ: ଜନ୍ମ ନେଲେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଆଜି ଯଜ୍ଞ ରକ୍ଷା ନୀତି

Published By : Prameya | April 7, 2025 9:51 AM

ପୁରୀ, ୦୭/୦୪: ବହୁ ପ୍ରତୀକ୍ଷିତ  ଶ୍ରୀକ୍ଷେତ୍ରର ସାହି ଯାତ  ଆରମ୍ଭ ହୋଇଛି । ପରମ୍ପରା ମୁତାବକ ଶ୍ରୀରାମ ନବମୀ ତିଥିରେ ପୁରୀର ସାହିଯାତ ଶୁଭାରମ୍ଭ କରାଯାଇଛି । ସାହିଯାତର ପ୍ରଥମ ଦିବସରେ କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମ ଜନ୍ମନୀତି ପାଳିତ ହୋଇଛି । ଏହି ଅବସରରେ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଋଷ୍ୟଶୃଙ୍ଘ  ଆଦି ଚରିତ୍ର ସାହିରୁ ବାହାରି ପ୍ରଥମେ  ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ । ପରେ ଏହି ଚରିତ୍ରମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀରାମଜନ୍ମ ନୀତିରେ ସାମିଲ ହୋଇଥିଲେ । ସେଠାରୁ ଚରୁଅନ୍ନ ଆଣି ମା’ ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯିବା ପରେ ରାମ ଲକ୍ଷ୍ମଣ ଆଦି ଚରିତ୍ରମାନେ ବନ୍ଧୁ ସାହି ମାଟିମଣ୍ଡପସାହିରେ ପରିକ୍ରମା କରିଥିଲେ । ଏହି ଅବସରରେ ବିଭିନ୍ନ ପଟୁଆର ସାହିଯାତରେ ସାମିଲ ହୋଇଥିଲା । 

ଶ୍ରୀମନ୍ଦିରର ରୀତିନୀତିକୁ ନେଇ ରାମ ନବମୀରେ ରାମଜନ୍ମଠାରୁ ରାମଙ୍କ ଅଭିଷେକ ପର୍ଯ୍ୟନ୍ତ ପୁରୀର ଆଠ ସାହି ୪୨  କନ୍ଦି ବୀରବାଦ୍ୟରେ କମ୍ପିବ। କାର୍ଯ୍ୟସୂଚୀ ଅନୁସାରେ କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ଶେଷ ହେବା ପରେ ୭  ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ନୀତି ହେବ । ସେହି ଦିନ ମାଟିମଣ୍ଡପ ସାହିର ନିଶାଣ ଯାତ୍ରା ମଧ୍ୟ କରାଯିବ । ସେହିପରି ୨୨ ତାରିଖରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମଙ୍କ ରାଜ୍ୟାଭିଷେକ ନୀତି କରାଯିବା ସହ ସାହିଯାତ ସମାପ୍ତି ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.