ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-୨୦୨୫ର ପ୍ରସ୍ତୁତି ପର୍ବ: ମହଜୁଦ ଅଛି ୫୧, ଆସିବ ୮୧୪ ଖଣ୍ଡ କାଠ

Published By : Prameya | December 13, 2024 2:45 PM

ପୁରୀ,୧୩/୧୨: ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-୨୦୨୫ର ପ୍ରସ୍ତୁତି ପର୍ବ । ପ୍ରଥମେ ଦାରୁବ୍ରହ୍ମଙ୍କ ରଥତ୍ରୟ ନିର୍ମାଣ ପାଇଁ  କାଠ ଯୋଗାଡ଼ ହେବ । ପରମ୍ପରା ଅନୁସାରେ କାଠ ଛେଦନ ପୂର୍ବରୁ ନୟାଗଡ଼  ବଡ଼ମୂଳସ୍ଥିତ ମା’ବଡ଼ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ  ଆସନ୍ତା ୧୬ ତାରିଖ ସୋମବାର ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ପ୍ରତିନିଧି ଦଳ  ନୟାଗଡ଼ ଯାତ୍ରା କରିବେ । ୫ଜଣିଆ ଏହି ପ୍ରତିନିଧି ଦଳଙ୍କ ନେତୃତ୍ୱ ନେବେ  ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ । ସାଥିରେ ନେବେ ମହାପ୍ରଭୁଙ୍କ  ଲାଗି ଖଣ୍ଡୁଆ, ପତନି, ମାଳ, ମାହାର୍ଦ୍ଦ, ଶ୍ରୀଫଳ, ଧୂପ ଦୀପ ଓ ଫଳମୂଳ ଆଦି ପୂଜା  ସାମଗ୍ରୀ । 

୧୭ ତାରିଖ ମଙ୍ଗଳବାର ପୂର୍ବାହ୍ନରେ ଠାକୁରାଣୀଙ୍କ ପୂଜାର୍ଚ୍ଚନା ପରେ ରଥ  କାଠ ଛେଦନ ଅନୁକୂଳ ହେବ ।  ରଥ ନିର୍ମାଣର ପ୍ରାରମ୍ଭିକ ପ୍ରକ୍ରିୟା  କ୍ରମେ ଶ୍ରୀମନ୍ଦିର ପ୍ରଶାସନ ରଥ  କାଠ ଯୋଗାଇବାକୁ ଜଙ୍ଗଲ  ବିଭାଗକୁ ବରାଦ କରିଛି । ରଥ  ସଂହିତା ଅନୁସାରେ ନୟାଗଡ଼  ଡିଭିଜନ୍‌ ଶୁଖିଲା କାଠ ଓ  ଖୋର୍ଦ୍ଧା ଡିଭିଜନ କଞ୍ଚା କାଠ  ଯୋଗାଇବାର ପରମ୍ପରା ରହିଛି ।  ଶ୍ରୀମନ୍ଦିର ବରିଷ୍ଠ ତତ୍ୱାବଧାରକ  ଶ୍ରୀ ମେକାପ କୁହନ୍ତି ପ୍ରତିବର୍ଷ  ମହାପ୍ରଭୁଙ୍କ ତିନି ରଥ ନିର୍ମାଣ ପାଇଁ ୮୬୫ ଶୁଖିଲା କାଠ ଓ ୧୦୦  ଖଣ୍ଡ କଞ୍ଚା କାଠ ଲୋଡ଼ା ହୁଏ ।  ଆସନ୍ତା ବର୍ଷ ରଥ ଯାତ୍ରା ପାଇଁ  ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି । 

୨୦୨୪ ରଥଯାତ୍ରାଠାରୁ  ୫୧ ଖଣ୍ଡ କାଠ ଶ୍ରୀମନ୍ଦିର  ପ୍ରଶାସନ ପାଖରେ ଗଛିତ ରହିଛି । ବରାଦ କାଠ ମଧ୍ୟରୁ ରଥ ନିର୍ମାଣ ଉଦ୍ଦେଶ୍ୟରେ  ବଡ଼ଦାଣ୍ଡ ରଥଖଳାକୁ ଆସିବ ୩୯୬ ଖଣ୍ଡ କାଠ । କଟକ ଖପୁରିଆସ୍ଥିତ କରତ  କଳକୁ ଯିବ ୪୧୮ ଖଣ୍ଡ । ଏସବୁ ହେଉଛି ଫାସୀ, ଅସନ ଓ ଧଉରା ଆଦି ଶୁଖିଲା  କାଠ । ସେହିଭଳି ମଇ, ଶିମିଳି ଓ ମହାଲିମ୍ବ ଆଦି ୧୦୦ ଖଣ୍ଡ କଞ୍ଚା କାଠ ଆବଶ୍ୟକ  ହେବ । ଫେବୃଆରୀ ୨ ତାରିଖ ଶ୍ରୀପଞ୍ଚମୀ ତଥା ସରସ୍ୱତୀ ପୂଜା ପୂର୍ବରୁ ୨ ଟ୍ରିପ୍‌  ରଥ କାଠ ପୁରୀ ବଡ଼ଦାଣ୍ଡ ରଥ ଖଳାରେ ପହଞ୍ଚିବ । ଏହାପରେ ପର୍ଯ୍ୟାୟ କ୍ରମେ  ସମସ୍ତ ରଥ କାଠ ଆସିବ ବୋଲି ବରିଷ୍ଠ ତତ୍ୱାବଧାରକ ଶ୍ରୀ ମେକାପ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.