ପ୍ରମୂଖ ଖବର
  • ବରଗଡ : ବଜ୍ରପାତରେ ଚାଲିଗଲା୨ ମହିଳାଙ୍କ ଜୀବନ
  • ||
  • ଢେଙ୍କାନାଳ : ମଶାଣିରୁ ଝୁଲନ୍ତା ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ
  • ||
  • ରାଉରକେଲା : ବିସ୍ଫୋରକ ଲୁଟି ସରଣ୍ଡା ଜଙ୍ଗଲକୁ ନେଇଛନ୍ତି ମାଓବାଦୀ, ପ୍ରାଥମିକ ତଦନ୍ତରୁ ଖୁଲାସା
  • ||
  • ଝାରସୁଗୁଡ଼ା : ସ୍କୁଟିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
  • ||
  • କେନ୍ଦୁଝର : ସାପ କାମୁଡାରେ ଯୁବକ ମୃତ
  • ||
  • ପୁରୀ: ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ
  • ||
  • ଗଜପତି: ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ଯୁବକ ମୃତ
  • ||
  • ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଆଜି ଏକାଠି ହେବେ ୨୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦି
  • ||
  • IPL 2025: ଆଜି ପଞ୍ଜାବ- ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର, ଜିତିଲେ ଫାଇନାଲ ଟିକେଟ୍
  • ||
  • ଗଞ୍ଜାମ : ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ
  • ||
  • ଓଡ଼ିଶାରେ ମୌସୁମୀ ବାୟୁ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ : ପରିବେଶ ଉପଯୋଗୀ ସାନିଟାରୀ ପ୍ରଦୂଷଣ ରୋକିବାର ଅନ୍ୟତମ ସମାଧାନ

Published By : Rasmita Pradhan | May 28, 2025 10:08 AM

image source : The New Indian

ଭୁବନେଶ୍ୱର,୨୮/୦୫ : ଯୁଗ ସହ ବଦଳୁଛି ମହିଳାଙ୍କ ଋତୁସ୍ରାବକୁ ନେଇ ବିଭିନ୍ନ ପ୍ରଥା ଓ ଅଭ୍ୟାସ। ସ୍ୱଚ୍ଛତା ଦିଗରେ ନିରନ୍ତର ପ୍ରୟାସ ଓ ପଦକ୍ଷେପ ପରେ ମହିଳାମାନେ ସଚେତନ ହେଲେଣି । ଧୀରେ ଧୀରେ କପଡ଼ା ଛାଡ଼ି ସାନିଟାରୀ ପ୍ୟାଡ୍‌ ଆପଣାଇଥିବା ବେଳେ ଏବେ ପୁନଃବ୍ୟବହାର ଉପଯୋଗୀ ପିରିୟଡ୍‌ ଉପକରଣ ବ୍ୟବହାର ଦିଗରେ ପ୍ରଯତ୍ନ ହେଉଛନ୍ତି । ତେଣୁ ପିରିୟଡ୍‌ ପ୍ୟାଣ୍ଟି, ମେନ୍‌ଷ୍ଟ୍ରୁଆଲ୍‌ କପ୍‌ ଭଳି ପରିବେଶ ଅନୁକୂଳ ଉପକରଣର ଚାହିଦା ବଢ଼ୁଛି । ବିଶେଷକରି ସହରୀ ମହିଳା ଓ ଯୁବତୀମାନେ ସାଧାରଣ ସାନିଟାରୀ ପ୍ୟାଡ୍‌ ବଦଳରେ ଏସବୁ ଆଧୁନିକ ତଥା ପରିବେଶ ଉପଯୋଗୀ ଉପକରଣ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଚଳିତବର୍ଷ ମେ ୨୮ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଅବସରରେ ଏଥିପ୍ରତି ଗୁରୁତ୍ୱ ଦିଆଯାଉଛି। 

ତଥ୍ୟ ଅନୁସାରେ, ଦେଶରେ ପ୍ରତିବର୍ଷ ପ୍ରାୟ ୧୨ ହଜାର ଟନ୍‌ ପ୍ଲାଷ୍ଟିକ୍‌ ସାନିଟାରୀ ବର୍ଜ୍ୟ ଉତ୍ପନ୍ନ ହେଉଛି। ଯାହା ପରିବେଶକୁ ପ୍ରଦୂଷିତ କରିଥାଏ। ଓଡ଼ିଶାର ଜନସଂଖ୍ୟା ଦୃଷ୍ଟିରୁ ମାସିକ ପ୍ରାୟ ୩୦୦ରୁ ୪୦୦ ଟନ୍‌ ବର୍ଜ୍ୟ ସୃଷ୍ଟି ହେଉଛି। ଜଣେ ସାନିଟାରୀ ପ୍ଲାଷ୍ଟିକ୍‌ ପ୍ୟାଡ୍‌ ବ୍ୟବହାରକାରୀ ମହିଳା ନିଜ ଜୀବନକାଳରେ ହାରାହାରି ୮ରୁ ୧୦ ହଜାର ପ୍ୟାଡ୍‌ ବ୍ୟବହାର କରିଥାନ୍ତି। ଯାହା ୧୦୦ରୁ ୨୦୦ କେଜି ପ୍ଲାଷ୍ଟିକ ବର୍ଜ୍ୟ ପରିବେଶକୁ ଦେଇଥାଏ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା, ବିଶ୍ୱର ସମୁଦାୟ ବାୟୋମେଡିକାଲ ଆବର୍ଜନାର ପ୍ରାୟ ୬୦ ପ୍ରତିଶତ ହେଉଛି କେବଳ ସାନିଟାରୀ ବର୍ଜ୍ୟ। ଏହା ପରିବେଶ ପ୍ରଦୂଷଣ ଦିଗରେ ଏକ ପ୍ରମୁଖ କାରଣ ହୋଇଥିବା ବେଳେ ପୁନଃବ୍ୟବହାର ଯୋଗ୍ୟ ଋତୁସ୍ରାବ ଉପକରଣ ଏହାର ଏକ ସମାଧାନ ବୋଲି କୁହାଯାଉଛି। ଏହା ବର୍ଜ୍ୟକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ । 

ଅପରପକ୍ଷେ ସାନିଟାରୀ ପ୍ୟାଡ୍‌ କେବଳ ପରିବେଶ ପାଇଁ ନୁହେଁ, ଜୀବଜନ୍ତୁ, ସଫେଇ କର୍ମଚାରୀ ଏବଂ ଆବର୍ଜନା ସଂଗ୍ରହକାରୀଙ୍କ ପାଇଁ ମଧ୍ୟ କ୍ଷତିକାରକ। ନିୟମାନୁସାରେ ସାନିଟାରୀ ପ୍ୟାଡ୍‌କୁ ବ୍ୟବହାର ପରେ କାଗଜରେ ଗୁଡ଼ାଇ ନାଲି ବିନ୍ଦୁ (ରେଡ୍‌ ଡଟ୍‌) ଚିହ୍ନ ସହ ଡଷ୍ଟବିନରେ ଫିଙ୍ଗିବା କଥା । କିନ୍ତୁ ସାଧାରଣତଃ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସିଧା ସଳଖ ପ୍ୟାଡ୍‌ ଫିଙ୍ଗିବା ଦ୍ୱାରା ଏଥିରୁ ସୃଷ୍ଟ ବ୍ୟାକ୍ଟେରିଆ ବାୟୁମଣ୍ଡଳ ସମେତ ପଶୁ ପକ୍ଷୀ, ଜୀବଜନ୍ତୁ ଏବଂ ଆବର୍ଜନା ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସଂକ୍ରମିତ କରିପାରେ । କିନ୍ତୁ ବଜାରରେ ମିଳୁଥିବା ପୁନଃବ୍ୟବହାର ଯୋଗ୍ୟ ପ୍ୟାଡ୍‌, ପିରିୟଡ୍‌ ପ୍ୟାଣ୍ଟି ତଥା ଟ୍ୟାମ୍ପନ ଏହାର ଏକ ବିକଳ୍ପ ସମାଧାନ । ପ୍ରାୟ ୧୫୦ ଟଙ୍କାରେ ପୁନଃବ୍ୟବହାର ଯୋଗ୍ୟ ସାନିଟାରୀ ପ୍ୟାଡ୍‌ ଏବଂ ୫୦୦ରୁ ୭୦୦ ଟଙ୍କାରେ ପିରିୟଡ୍‌ ପ୍ୟାଣ୍ଟି ବଜାରରେ ମିଳୁଛି । ଯାହା ପ୍ରାୟ ୧୨୦ ଥର ପର୍ଯ୍ୟନ୍ତ ବ୍ୟବହାର କରିହେବ । 

ସେହିପରି ମେନଷ୍ଟ୍ରୁଆଲ୍‌ କପ୍‌ ବି ଏକ ଦୀର୍ଘ ସ୍ଥାୟୀ ସମାଧାନ । ବିଭିନ୍ନ ବ୍ରାଣ୍ଡରେ ଏହା ୨୫୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ । କ୍ୟାପିଟାଲ୍‌ ହସ୍ପିଟାଲର ଡାକ୍ତର ତଥା ପିଜିଆଇଏମଇଆର୍‌ ଆସିଷ୍ଟାଣ୍ଟ ପ୍ରଫେସର ସମ୍ବେଦନା ପାଣିଗ୍ରାହୀ କୁହନ୍ତି, ବ୍ୟବହୃତ ସାନିଟାରୀ ପ୍ୟାଡ୍‌କୁ ପରିବା ଚୋପା କିମ୍ବା ଅନ୍ୟ ସାଧାରଣ ଆବର୍ଜନା ସହ ମିଶାଇ ଫିଙ୍ଗିବା ଉଚିତ୍‌ ନୁହେଁ । ଏହା ପ୍ରଦୂଷଣ ତଥା ସଂକ୍ରମଣ ବଢାଇଥାଏ । ପିରିୟଡ୍‌ ପ୍ୟାଣ୍ଟି, ମେନଷ୍ଟ୍ରୁଆଲ୍‌ କପ୍‌ ଏ ଦିଗରେ ଏକ ଭଲ ବିକଳ୍ପ । କିନ୍ତୁ ଯାହା ବି ବ୍ୟବହାର କରନ୍ତୁ, ଏହାର ଡିସପୋଜାଲ୍‌ ପ୍ରକ୍ରିୟା ଉପରେ ଲୋକ ଅଧିକ ସଚେତନ ହେବା ଆବଶ୍ୟକ । ଅନ୍ୟ ମେଟ୍ରୋ ସିଟି ଭଳି ଆମ ରାଜ୍ୟର ସହରଗୁଡ଼ିକର ବିମାନ ବନ୍ଦର, ଷ୍ଟେସନ, ବସଷ୍ଟାଣ୍ଡ୍‌ ଆଦି ସର୍ବସାଧାରଣ ସ୍ଥାନରେ ସାନିଟାରୀ ଡିସପୋଜାଲ୍‌ ବ୍ୟବସ୍ଥା ରହିବା ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.