ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଁପ୍ରି: ଜାଭେଲିନ ଥ୍ରୋରେ ସୁଚିତ୍ରା ଜିତିଲେ ସ୍ୱର୍ଣ୍ଣ ପଦକ

Published By : Prameya | March 14, 2025 11:11 AM

ଭୁବନେଶ୍ୱର,୧୪/୦୩: ପାରା ଜାଭେଲିନ ଫିଙ୍ଗାଳି ସୁଚିତ୍ରା ପରିଡ଼ା ଦିଲ୍ଲୀରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଗ୍ରାଁପ୍ରିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତକାଲି ମହିଳା ୧୦୦ ମିଟରରେ ଜୟନ୍ତୀ ବେହେରା  ବ୍ରୋଞ୍ଜ ପଦକ ପାଇଥିଲେ । ଦୁଇ ଦିନରେ ଓଡ଼ିଶାକୁ  ୨ଟି ପଦକ ମିଳିଛି।

ସୁଚିତ୍ରା ମହିଳା ଏଫ୍‌-୫୫ ବର୍ଗର  ଜାଭେଲିନ ଥ୍ରୋରେ ଭାଗ ନେଇଥିଲେ । ସେ  ୧୫.୯୩ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ  ଜିତିଥିଲେ । ସେହିପରି କାଜାଖସ୍ତାନର  ଭିକ୍ଟୋରିଆ ଭୋରୋବେ (୧୪.୬୪ ମିଟର)  ରୌପ୍ୟ ଏବଂ ପୂଜା (୧୩.୮୧ ମିଟର) ବ୍ରୋଞ୍ଜ  ପଦକ ପାଇଥିଲେ ।

ସ୍ୱର୍ଣ୍ଣ ପଦକକୁ ସୁଚିତ୍ରା ନିଜର କୋଚ,  ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ  ସମର୍ପିତ କରିଛନ୍ତି । ଓଡ଼ିଶା ପାରା କ୍ରୀଡ଼ା ସଂଘ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି । ଚଳିତ  ବର୍ଷ ସେ ଚେନ୍ନାଇରେ ଆୟୋଜିତ ୨୩ତମ  ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ନୂଆ ଜାତୀୟ ରେକର୍ଡ (୧୮.୭୯) ସହ ସ୍ୱର୍ଣ୍ଣ  ଜିତିଥିଲେ । ସେ ୨୦୨୪ରେ ଜାତୀୟ ରେକର୍ଡ  (୧୬.୯୯) କରିଥିଲେ । ନିଜ ରେକର୍ଡ ସୁଚିତ୍ରା  ନିଜେ ଏଥର ଭଙ୍ଗ କରିବାରେ ସଫଳ ହୋଇଥିଲେ ।  

ଗତବର୍ଷ ଜୟନ୍ତୀ ଇଣ୍ଡିଆନ ଓପନ ପାରା  ଆଥଲେଟିକ୍ସ ଇଣ୍ଟରନ୍ୟାସନାଲ ଚାମ୍ପିଅନସିପ୍‌ରେ  ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଏବଂ ସଟପୁଟ ଥ୍ରୋରେ  ବ୍ରୋଞ୍ଜ ଜିତିଥିଲେ । ୨୦୨୩ରେ ଥାଇଲାଣ୍ଡରେ  ଆୟୋଜିତ ୱାର୍ଲ୍ଡ ଏବିଲିଟିସ୍ପୋର୍ଟ୍ସ ଗେମ୍‌ସରେ  ଜାଭେଲିନରେ ସ୍ୱର୍ଣ୍ଣ ଓ ସଟପୁଟରେ ବ୍ରୋଞ୍ଜ ପଦକ  ପାଇଥିଲେ ।  

ଜୟନ୍ତୀ ମହିଳା ଟି-୪୭ ବର୍ଗର  ୧୦୦ ମିଟରରେ ନିର୍ଦ୍ଧାରିତ ଦୂରତାକୁ ୧୩.୬୨  ସେକେଣ୍ଡ ନେଇ ତୃତୀୟ ସ୍ଥାନ ହାସଲ କରିଥିଲେ ।  ଏ.ସୋଲୋଭେଭା ୧୨.୫୫ ସେକେଣ୍ଡ ସହ ସ୍ୱର୍ଣ୍ଣ  ଏବଂ ଜାନନୀ ୱିକରାମସିଂହା ୧୩.୨୫ ସେକେଣ୍ଡ  ସହ ରୌପ୍ୟ ଜିତିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.