ନୂଆଦିଲ୍ଲୀ,୧୬।୪: ଆଜିର ସମୟର ଦୁନିଆ ଦେଖି ଲାଗୁଛି ଯେପରି ଆଉ ଶାନ୍ତି ନାହିଁ। ଘରେ ହେଉ କିମ୍ବା ବାହାରେ ମଣିଷ ପ୍ରତି ମଣିଷର ସ୍ନେହ,ସମ୍ମାନ ଓ ଶ୍ରଦ୍ଧା ସବୁକିଛିର ଯେପରି ଅଭାବ ରହିଛି। ଚାରିଆଡେ କେବଳ ଅଦ୍ଭୁତ ପ୍ରକାରର ଅସ୍ଥିରତା। ବିଭିନ୍ନ ଦେଶ ମଧ୍ୟରେ ଲାଗି ରହିଛି ଭୟଙ୍କର ଯୁଦ୍ଧ । ଥରେ ଯୁଦ୍ଧ ଆରମ୍ଭ ହେଲେ ଶେଷ ହେବାର ନାଁ ଧରୁନି। ବିତିଯାଉଛି ବର୍ଷ ବର୍ଷ। ରୁଷ-ୟୁକ୍ରେନ୍ ଯୁଦ୍ଧ ୪ ବର୍ଷରୁ ଅଧିକ ହୋଇଗଲାଣି। ହେଲେ ବାହାରିପାରୁନି ସମାଧାନ। ତା ଭିତରେ କିନ୍ତୁ ଆରମ୍ଭ ହୋଇଛି ଆମେରିକା-ଇସ୍ରାଏଲ ଏବଂ ଇରାନ ଭିତରେ ଲଢେଇ। ମାସେରୁ ଅଧିକ ହେଲାଣି ଯୁଦ୍ଧ। ଏହା ବିଶ୍ବ ଅର୍ଥବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରିଦେଇଛି। ତୈଳଦର ବୃଦ୍ଧି, ଋଣ ବୋଝ ଓ ସେୟାର ବଜାରରେ ଅସ୍ଥିରତା ସାଧାରଣ ଲୋକଙ୍କ ନିଦ ଉଡାଇ ଦେଇଛି।

ଦୁନିଆର ବଡ ଦେଶ ଏବେ ସିଧା ମୈଦାନରେ ଓହ୍ଲାଇବା ବଦଳରେ ପ୍ରକ୍ସି ଓ୍ବାର, ଆର୍ଥିକ କଟକଣା ଓ ଟେକ୍ନୋଲୋଜି ଜରିଆରେ ପରସ୍ପରକୁ ନଷ୍ଟ କରୁଛନ୍ତି। ଏହା ହେଉଛି ସେହି ସମୟ ଯାହାକୁ ବୁଝିବା ପାଇଁ ଆମକୁ କେବଳ ନ୍ୟୁଜ ହେଡଲାଇନ୍ସ ନୁହେଁ, ବଂର ସମୟର ପାର୍ଟନକୁ ବୁଝିବାର ଦରକାର ରହିଛି। ଏଠାରେ ପରାଶର ଋଷିଙ୍କ ପ୍ରାଚୀନ ସିଦ୍ଧାନ୍ତ ବୁଝିବା ଦରକାର। ହଜାର ହଜାର ବର୍ଷ ପୂର୍ବରୁ ‘ବୃହତ୍ତ ପରାଶର ହୋରା ଶାସ୍ତ୍ର’ରେ ଏଭଳି ସମୟର ଉଲ୍ଲେଖ କରାଯାଇଛି। ଏହା ଅନୁସାରେ, ଯେତେବେଳେ ଶନି, ରାହୁ ଓ ମଙ୍ଗଳ ଭଳି କ୍ରୁର ଗ୍ରହ ଏକାଠି ସକ୍ରିୟ ହୁଅନ୍ତି ସେତେବେଳେ କେବଳ ବ୍ୟକ୍ତି ନୁହେଁ ପୁରା ବ୍ରହ୍ମାଣ୍ଡ ଉପରେ ପ୍ରଭାବ ପଡିଥାଏ। ଆଜିର ଜିଓ ପଲିଟିକ୍ସରେ ଏହାକୁ ‘ସିଷ୍ଟୋମେଟିକ୍ ଅସ୍ଥିରତା’ କୁହାଯାଇପାରେ। ଏଠାରେ ଘଟଣା ଅଲଗା ଅଲଗା ଦେଶରେ ହେଉଛି, କିନ୍ତୁ ଏହାର ମୂଳ କାରଣ ହେଉଛି ‘ଏନର୍ଜୀ ପାର୍ଟନ’।

୨୦୨୬ରେ ଇରାନ ଯୁଦ୍ଧ କେବଳ ଏକ ଆଞ୍ଚଳିକ ସଂଘର୍ଷ ନୁହେଁ, ଏହା ପୁରା ଦୁନିଆର ଶକ୍ତି ଶନ୍ତୁଳନ ବିଗାଡି ଦେଇଛି। ‘ପରାଶରଙ୍କ ସିଦ୍ଧାନ୍ତ’ ଅନୁସାରେ, ଯେତେବେଳେ ଶନି ଓ ରାହୁ ଏକାଠି ହୁଅନ୍ତି, ତେବେ ବିଶ୍ବ ନେତାଙ୍କ ନିଷ୍ପତ୍ତି ନେବାର କ୍ଷମତା ଦୁର୍ବଳ ହୋଇଯାଏ। ଏହି କାରଣରୁ ଆଜି କୁଟନୀତି ଫେଲ୍ ହେଉଛି ଓ ଯୁଦ୍ଧ ଶେଷ ହେବା ବଦଳରେ ଅଧିକ ଜଟିଳ ହେଉଛି। ଶକ୍ତି ସଙ୍କଟ ଓ ମୁଦ୍ରାସ୍ପିତୀ ବୃଦ୍ଧି ଏହି ଗ୍ରହ-ନକ୍ଷତ୍ରର ଚାପର ପରିଣାମ। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳକୁ ଯୁଦ୍ଧ, ସେନା ଓ ବିନାଶକାରୀ ହତିଆରର କାରକ ବୋଲି ମନେକରାଯାଏ। ବର୍ତ୍ତମାନ ମଙ୍ଗଳର ଅଶୁଭ ପ୍ରଭାବ ଛୋଟ ଛୋଟ ବିବାଦକୁ ମଧ୍ୟ ମହାଯୁଦ୍ଧରେ ବଦଳାଇ ଦେଉଛି। ଇରାନର ଡ୍ରୋନ୍ ଆକ୍ରମଣ, ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ଓ ଆମେରିକାର ବଢୁଥିବା ସାମରିକ ସକ୍ରିୟତା ଅଗ୍ନିତତ୍ତ୍ବର ଅସନ୍ତୁଳନର ପ୍ରମାଣ। ଏହା କେବଳ ରାଜନୀତି ନୁହେଁ, ବଂର ଏକ ବ୍ରହ୍ମାଣ୍ଡିୟ ଶକ୍ତିର ଚକ୍ର, ଯାହା ବିନାଶ ଆଡକୁ ନେଇ ଯାଉଛି।

ଋଷି ପରାଶରଙ୍କ ସିନ୍ଧାନ୍ତ ଅନୁସାରେ, ଶନି ଏବଂ ରାହୁ ମିଶି ଏକ ଧୀର ଗତିଶୀଳ ସଙ୍କଟ ବା ‘ସ୍ଲୋ ପଏଜନ କ୍ରାଇସିସ୍’ ସୃଷ୍ଟି କରନ୍ତି। ଆଜିର ସାଇବର ଯୁଦ୍ଧ, ଅର୍ଥନୈତିକ କଟକଣା ଏବଂ ଇନଫରମେସନ୍ ଓ୍ବାର ଏହାର ଆଧୁନିକ ରୂପ। ଦେଶଗୁଡ଼ିକ ଏବେ କେବଳ ଗୁଳି ସହିତ ନୁହେଁ, ବରଂ ଡାଟା ଏବଂ ନ୍ୟାରେଟିଭ୍ ସହିତ ଲଢ଼ୁଛନ୍ତି। ଏହା ଭୂରାଜନୀତିକୁ ପୂର୍ବ ଅପେକ୍ଷା ଅଧିକ ଅନିଶ୍ଚିତ ଏବଂ ବିପଜ୍ଜନକ କରିଛି। ଏହି ସଙ୍କଟର ପ୍ରଭାବ ସୀମା ପର୍ଯ୍ୟନ୍ତ ସୀମିତ ନୁହେଁ। IMFର ଚେତାବନୀ ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି। ବର୍ଦ୍ଧିତ ମୁଦ୍ରାସ୍ଫୀତି, ଚାକିରୀ ପ୍ରତି ବିପଦ ଏବଂ ବିଶ୍ୱରେ ଋଣ ଚରମସୀମାରେ ପହଞ୍ଚିଛି। ‘ପରାଶର ଶାସ୍ତ୍ର’ରେ କୁହାଯାଇଛି ଯେତେବେଳେ ଗ୍ରହ ଅଶାନ୍ତିରେ ଥାଆନ୍ତି, ସେତେବେଳେ ମଣିଷର ମନ ପ୍ରଥମେ ଅସ୍ଥିର ହୋଇଯାଏ। ଏହି ମାନସିକ ଚାପ ଆଜି ସମାଜରେ ସବୁଠି ଦେଖିବାକୁ ମିଳୁଛି। ଯାହାକି ପରେ ଆତ୍ମଘାତୀ ନିଷ୍ପତ୍ତିର କାରଣ ହୋଇଥାଏ।

ବିଶେଷଜ୍ଞମାନେ ଏହାକୁ ଏକ ସଙ୍କଟ ବୋଲି କହୁଛନ୍ତି, କିନ୍ତୁ ‘ପରାଶରଙ୍କ ନୀତି’ ଅନୁସାରେ, ଏହା ଏକ ପରିବର୍ତ୍ତନ ପର୍ଯ୍ୟାୟ। ବିଶ୍ୱ ଏକ ନୂତନ ଶକ୍ତି ସନ୍ତୁଳନ ଆଡକୁ ଗତି କରୁଛି। ଚୀନ୍, ରୁଷ, ଆମେରିକା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ଗଠିତ ନୂତନ ସମୀକରଣ ଆଗାମୀ ଦଶନ୍ଧିଗୁଡ଼ିକର ଗତିପଥ ନିର୍ଣ୍ଣୟ କରିବ। ପୁରୁଣା ସିଷ୍ଟମ ଭାଙ୍ଗୁଛି, ଯାହାଫଳରେ ଏକ ନୂତନ ଯୁଗର ଆରମ୍ଭ ହୋଇପାରିବ। ଏହି ସମୟ ଯେତିକି ବିପଦପୂର୍ଣ୍ଣ, ସେତିକି ପରିବର୍ତ୍ତନକାରୀ।

ଗୁଗୁଲର ୨୦୨୬ର ଆଲଗୋରିଦମ ଏବଂ ‘ପରାଶର ଶାସ୍ତ୍ର’ ଉଭୟ ସମାନ କଥା କୁହନ୍ତି: କେବଳ ଜ୍ଞାନ ଯଥେଷ୍ଟ ନୁହେଁ, ବରଂ ‘ଅଭିଜ୍ଞତା ଏବଂ ସଠିକ୍ ବିଚାର’ ଅତ୍ୟନ୍ତ ଜରୁରୀ। ଏହି ସମୟରେ ତରବରିଆ ନିଷ୍ପତ୍ତି ନେବା ସବୁଠାରୁ ବଡ଼ ଭୁଲ ହେବ । ଶନି ଗ୍ରହ ବିଳମ୍ବର କାରଣ ହେବ, ରାହୁ ଦ୍ୱନ୍ଦ୍ୱରେ ପକାଇବେ ଏବଂ ମଙ୍ଗଳ କ୍ରୋଧ ସୃଷ୍ଟି କରିବେ। ଏପରି ସ୍ଥିତିରେ, ଯେଉଁମାନେ ଧର୍ଯ୍ୟ ଏବଂ ସ୍ପଷ୍ଟ ଚିନ୍ତାଧାରା ବଜାୟ ରଖିବେ, ସେମାନେ ହିଁ ଏହି ବିଶ୍ୱ ସଙ୍କଟକୁ ଦୂର କରିପାରିବେ। ବିଶ୍ୱରେ ଯାହା ଘଟୁଛି ତାହା ଆକସ୍ମିକ ନୁହେଁ। ଏହା ସମୟର ଏକ ଚକ୍ର ଯାହା ନିଜକୁ ଦୋହରାଉଛି। ଆଜିର ଭୂ-ରାଜନୀତି ଏବଂ ଅର୍ଥନୈତିକ ଚାପ ଆଶ୍ଚର୍ଯ୍ୟଜନକ କଥା ନୁହେଁ, ବରଂ ଏକ ସଙ୍କେତ। ଯଦି ଆପଣ ଏହି ଚକ୍ରକୁ ବୁଝିପାରନ୍ତି, ତେବେ ଆପଣ ଖରାପ ସ୍ଥିତିର ଶିକାର ହେବେ ନାହିଁ, ବରଂ ଏକ ଉତ୍ତମ ଭବିଷ୍ୟତ ପାଇଁ ମୂଳଦୁଆ ସ୍ଥାପନ କରିପାରିବେ।

ମହର୍ଷି ପରାଶରଙ୍କୁ ପ୍ରାଚୀନ ଭାରତର ଜଣେ ପ୍ରସିଦ୍ଧ ଋଷି ଏବଂ ବୈଦିକ ଜ୍ୟୋତିଷ ଶାସ୍ତ୍ରର ଜନକ ବୋଲି କୁହାଯାଏ। ତାଙ୍କର ମୁଖ୍ୟ ସିଦ୍ଧାନ୍ତ ହେଉଛି ‘ବୃହତ୍ତ ପରାଶର ହୋରା ଶାସ୍ତ୍ର’, ଯାହା ବୈଦିକ ଜ୍ୟୋତିଷର ମୂଳଦୁଆ ଗଠନ କରେ। ଏହା ଜ୍ୟୋତିଷ ଶାସ୍ତ୍ରର ୧୨ ଘର, ଗ୍ରହ ସ୍ଥିତି, ଦଶା ଏବଂ ପ୍ରତିକାର ମାଧ୍ୟମରେ ଭାଗ୍ୟର ବିଶ୍ଳେଷଣ ଉପରେ ଆଧାରିତ। ଋଷି ପରାଶର ହେଉଛନ୍ତି ମହର୍ଷି ବଶିଷ୍ଠଙ୍କ ନାତି ଏବଂ ପ୍ରସିଦ୍ଧ ମହାଭାରତର ରଚୟିତା ବେଦବ୍ୟାସଙ୍କ ବାପା। ସେ ଥିଲେ ବିଷ୍ଣୁ ପୁରାଣର ରଚୟିତା। ତାଙ୍କର ସିଦ୍ଧାନ୍ତ ଏବେ ବି ସାରା ବିଶ୍ୱର ଜ୍ୟୋତିଷମାନଙ୍କ ପାଇଁ ଜ୍ଞାନର ସର୍ବୋଚ୍ଚ ଉତ୍ସ।