ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

୩ଶହ କିଲୋ ଓଜନର କଏଦୀ, ଦୈନିକ ଖର୍ଚ୍ଚ ୧.୬ ଲକ୍ଷ

Published By : Anindita Ratha | August 23, 2025 2:41 PM

ନୂଆଦିଲ୍ଲୀ,୨୩/୦୮: ଏକ ଅସାଧାରଣ ମାମଲା ପାଇଁ ଆଲୋଚନାର ବିଷୟ ହୋଇଛି ଅଷ୍ଟ୍ରିଆ । ଏହାକୁ ନେଇ ଦେଶରେ ବିତର୍କ ମଧ୍ୟ ଆରମ୍ଭ ହୋଇଛି । ୨୯ ବର୍ଷୀୟ ଜଣେ କଏଦୀଙ୍କୁ ନେଇ ବିବାଦ, ଯାହାଙ୍କ ଓଜନ ହାରାହାରି ୩୦୦ କିଲୋ । ତାଙ୍କ ଖାଦ୍ୟପେୟରେ ଜଣେ ହାରାହାରି କଏଦୀଙ୍କ ଖର୍ଚ୍ଚଠୁ ୧୦ ଗୁଣ ଅଧିକ ଅର୍ଥ ଖର୍ଚ୍ଚ ହେଉଛି । ଏହି ଓଜନଦାର କଏଦୀଙ୍କ ଉପରେ ଖର୍ଚ୍ଚକୁ ଦେଶବାସୀ ସମାଲୋଚନା କରୁଛନ୍ତି । ଡ୍ରଗ୍ସ ଚୋରାଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ଜଣେ କଏଦୀଙ୍କ ଉପରେ ଦେଶର କରଦାତାଙ୍କର ଅର୍ଥ କାହିଁକି ଖର୍ଚ୍ଚ ହେଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

ଗଣମାଧ୍ୟମ ଅନୁସାରେ, ତାଙ୍କ ପାଖରୁ ୪୫ କିଲୋ ଗଞ୍ଜେଇ, ୨ କିଲୋ କୋକେନ, ପ୍ରାୟ ୨ କିଲୋ ଆମ୍ପେଟାମାଇନ୍‌ ଏବଂ ୨୦୦୦ରୁ ଅଧିକ ଅବୈଧ ବଟିକା ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ପ୍ରଥମେ ତାଙ୍କୁ ଭିଏନାର ଜୋସେଫ୍‌ଷ୍ଟାଡ୍‌ଟ ଜେଲ୍‌ରେ ରଖାଯାଇଥିଲା । ଅତ୍ୟଧିକ ଓଜନ ଯୋଗୁ ତାଙ୍କ ଖଟ ଦବିଯିବାରୁ ତାଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇ କୋରନିଉବର୍ଗ ଜେଲରେ ରଖାଗଲା । ଜେଲରେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାସ୍‌ ତାଙ୍କ ପାଇଁ ସ୍ୱତନ୍ତ୍ର ରୂପେ ଏକ ଖଟ ନିର୍ମିତ ହୋଇଛି । ବାହାର ନର୍ସ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି । ରିପୋର୍ଟ ଅନୁସାରେ, ଦିନକୁ ତାଙ୍କ ପିଛା ୧.୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଅନ୍ୟପକ୍ଷେ, ଜଣେ ସାଧାରଣ କଏଦୀ ପାଇଁ ଦିନକୁ ୬ ହଜାର ଟଙ୍କା ଖର୍ଚ୍ଚ ହେଉଛି । ତାଙ୍କ ପାଇଁ ହେଉଥିବା ଖର୍ଚ୍ଚ ସାଧାରଣ ଲୋକଙ୍କ ଆକ୍ରୋଶ ବଢ଼ାଇଛି । ଲୋକେ କହୁଛନ୍ତି, ଡାକ୍ତରଙ୍କ ପରାମର୍ଶ ପାଇଁ ଜଣେ ସାଧାରଣ ବ୍ୟକ୍ତିକୁ ମାସ ମାସ ଅପେକ୍ଷା କରିବାକୁ ପଡୁଛି । କିନ୍ତୁ ଜଣେ ଜଘନ୍ୟ ଅପରାଧୀ ପାଇଁ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରିବା ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.