ଝାରସୁଗୁଡ଼ା, ୧୭/୧୧ : ଅଙ୍ଗନବାଡି ପିଲାଙ୍କୁ ମିଳୁଥିବା ମିଲେଟ ପ୍ରୋଟିନ୍ ଜୁସ୍‌ରେ ପୋକ ସାଲୁବାଲୁ। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚାଗାଁରେ ଏଭଳି ଘଟଣା ଘଟିଛି। ପାଞ୍ଚଗାଁ ଅଙ୍ଗନବଡି କେନ୍ଦ୍ରରେ ଶିଶୁମାନଙ୍କ ମଧ୍ୟରେ ବଣ୍ଟା ହେବାକୁ ଆସିଥିବା ପ୍ରୋଟିନ୍ ଜୁସ୍‌ରେ ପୋକ ସାଲୁବାଲୁ ହୋଇ ଚାଲୁଛନ୍ତି। 

ସୂଚନାନୁଯାୟୀ, ଲଖନପୁର ବ୍ଲକ ପଞ୍ଚାଗାଁ କଲ୍ୟାଣ ମଣ୍ଡପ ସମ୍ମୁଖରେ ଅଙ୍ଗନବାଡି ପିଲାଙ୍କ ପାଇଁ ଆସିଥିବା ମିଲେଟ୍ ପ୍ରୋଟିନ୍ ଜୁସ୍ ଅନଲୋଡ୍ କରାଯାଉଥିଲା। ଏହି ସମୟରେ ଜୁସ୍‌ ଭିତରେ ପୋକ ସାଲୁବାଲୁ ହୋଇ ଚାଲୁଥିବା ସ୍ଥାନୀୟ ଲୋକେ ଦେଖି ଏହାକୁ ବାରଣ କରିଥିଲେ। ଏନେଇ ଲଖନପୁର ସିଡିପିଓ ଲକ୍ଷ୍ମୀପ୍ରିୟା ବହିଦାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ଜୁସ୍ ରାଜସ୍ଥାନର ଏକ ଘରୋଇ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିଲା। ହେଲେ ଜୁସ୍‌ରେ ପୋକ ଥିବା ଜାଣି ତାକୁ ଫେରାଇ ଦିଆଯାଇଛି।