ନୀଳଗିରି -୨୭/୮ ; ଗଡ଼ଜାତ ମାଟି ନୀଳଗିରି ସହର ଓ ଏହାର ଆଖପାଖ ଅଞ୍ଚଳରେ ଆଦ୍ୟପୂଜ୍ୟ ଗଣନାଥଙ୍କ ପୂଜାବିଧି ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ମୁଖ୍ୟତଃ ନୀଳଗିରି ସହରରେ ୧୩ଟି କ୍ଲବ୍ ଯଥା ଷ୍ଟେସନ ସାହି ମୁନଲାଇଟ କ୍ଲବ୍, ହେପି କ୍ଲବ ଚ଼ିମିନି ଭାଟି, ବୀରବଜରଙ୍ଗୀ କ୍ଲବ ଓଲଡଙ୍ଗ, ଫ୍ରେଣ୍ଡସ ଫର ଏଭର କ୍ଲବ ନୀଳଗିରି ବାଇପାସ,ଇଗଲ କ୍ଲବ ଗୁଡିଖାଣିଆ,ଗଜାନନ କ୍ଲବ ଆର.କେ.ସି.ଏ.ଟି, କୁମାର ଯୁବକ ସଂଘ ଘାଟଘରସାହି, ଗ୍ରୀନକ୍ଲବ ଖୁଣ୍ଟିଆସାହି, ସିଦ୍ଧି ବିନାୟକ କ୍ଲବ ପୋଇସାହି, ସଂଘର୍ଷ କ୍ଲବ କେ.ସି. ହାଇସ୍କୁଲ ସାମ୍ନା, କ୍ରୀଷ୍ଣାକ୍ଲବ ଗୋଡ଼ିପୋଖରୀ,ଗୁଳସ କ୍ଲବ ବରିସାହିରେ ଗଜାନନଙ୍କ ପୂଜାତ୍ସବ ପାଳିତ ହୋଇଛି।
ବେସରକାରୀ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡ଼ିଭାଇନ ଟ୍ୟୁଟରିଆଲ, ଜଗନ୍ନାଥ ଟ୍ୟୁଟରିଆଲ , କେସି ହାଇସ୍କୁଲ, ନୀଳଗିରି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ ଆଦି ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଗଜାନନଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି ମହାଆଡମ୍ବର ରେ ପାଳିତ ହୋଇଯାଇ ଥିବା ଦେଖା ଦେଇଛି। ବିଶେଷକରି କ୍ଲବ୍ ଗୁଡ଼ିକର ସାଜସଜ୍ଜା, ଲାଇଟ୍, ଗଣେଶ ମୂର୍ତ୍ତୀ ଗୁଡିକ ଆକର୍ଷଣୀୟ ହୋଇଥିବା ବେଳେ ସନ୍ଧ୍ୟାରେ ମେଢ଼ ଦେଖିବାପାଇଁ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା।