ପାରଳାଖେମୁଣ୍ଡି, ୧୪/୧୦ : ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଲାବଣ୍ୟ ଗଡ଼ ପାହାଡ ତଳେ ଚାଲିଥିଲା ଗଞ୍ଜେଇ ଚାଲାଣ। କଣ୍ଟେନରରେ ସିକ୍ରେଟ୍ ଚାମ୍ଵର କରି ଗଞ୍ଜେଇ ପ୍ୟାକିଂ କରୁଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। କଣ୍ଟେନରରୁ ୪୫ ଲକ୍ଷ ୧୦ ହଜାର ଟଙ୍କାର ଗଞ୍ଜେଇ ଜବତ। ୨ ଜଣଙ୍କୁ ଗିରଫ କଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ। 

ସୂଚନାନୁଯାୟୀ, ଗୋଷାଣି ବ୍ଲକର ଲାବଣ୍ୟ ଗଡ଼ ପାହାଡ ତଳେ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଚାଲାଣ କରୁଥିଲେ। କଣ୍ଟେନରରେ ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ପ୍ୟାକିଂ କରୁଥିଲେ । ଏନେଇ ଖବର ପାଇବା ପରେ ପାରଳାଖେମୁଣ୍ଡି ଅବକାରୀ ବିଭାଗ ଚଢାଉ କରିଥିଲା। ରେଡ୍ ବେଳେ ଗୋଟିଏ କଣ୍ଟେନର ଜବତ କରିବା ସହ ଅବକାରୀ ବିଭାଗ ୨ଜଣଙ୍କୁ ଗିରଫ କରିଛି। କଣ୍ଟେନରରୁ ୪୫୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ୧୦ ହଜାର ହେବ ବୋଲି ଜଣାପଡ଼ିଛି। ଜବତ ହୋଇଥିବା କଣ୍ଟେନରଟି ହରିୟାଣାର ହୋଇଥିବା ବେଳେ ଗଜପତିରୁ ହରିୟାଣା ଗଞ୍ଜେଇ ଚାଲାଣ ହେଉଥିବା ଅନୁମାନ କରାଯାଉଛି। ଅଭିଯୁକ୍ତଙ୍କୁ ଗିରଫ କରି ଅବକାରୀ ବିଭାଗ ଛାନଭିନ୍ ଚଳାଇଛି।