ନୂଆଦିଲ୍ଲୀ,୧୭/୦୧: ଚଳିତ ଡବ୍ଲ୍ୟୁପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଧିପତ୍ୟ ଜାରି ରଖି କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ଶୁକ୍ରବାର ଅନୁଷ୍ଠିତ ନବମ ଲିଗ୍ ମୁକାବିଲାରେ ଦଳ ୩୨ ରନ୍ରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରୟାଲ୍ ଚ୍ୟାଲେଞ୍ଜର୍ସ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୮୨ ରନ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ଜାଏଣ୍ଟ୍ସ ୧୮.୫ ଓଭରରେ ୧୫୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ।
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଗୁଜରାଟ ଜାଏଣ୍ଟ୍ସ ପାଇଁ ଭାରି ପଡ଼ିଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ୪୩ ରନ୍ରେ ୪ଟି ୱିକେଟ୍ ହରାଇଥିଲେ ହେଁ ପରବର୍ତ୍ତୀ ସମୟରେ ଲଢୁଆ ବ୍ୟାଟିଂ କରି ୧୮୨ ରନ ସଂଗ୍ରହ କରି ନେଇଥିଲା । ଦଳ ପକ୍ଷରୁ ରାଧା ଯାଦବ ୬ଚୌକା ଓ ୩ ଛକା ବଳରେ ସର୍ବାଧିକ ୬୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଚା ଘୋଷ ୨୮ଟି ବଲ୍ରେ ୪ଚୌକା ଓ ୨ ଛକା ବଳରେ ୪୪ ରନ କରିଥିଲେ । ଉଭୟ ପଞ୍ଚମ ୱିକେଟ୍ରେ ୧୦୫ ରନ ଯୋଗ କରିଥିଲେ । ଏହାପରେ ନାଦିନ ଡି କ୍ଲର୍କ ୨୬ (୨ଚୌକା, ୨ଛକା) ରନ୍ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ । ଗୁଜରାଟ ଜାଏଣ୍ଟ୍ସ ପକ୍ଷରୁ ଶୋଫି ଡିଭାଇନ୍ ୩ଟି ଓ କାଶଭୀ ଗୌତମ ୨ଟି ୱିକେଟ୍ ନେଇଥିଲେ ।
FIFER for Shreyanka Patil! 🫡
— Women's Premier League (WPL) (@wplt20) January 16, 2026
And it's 3/3 for #RCB 🥳
Scorecard ▶️ https://t.co/HHBOE0REFf #TATAWPL | #KhelEmotionKa | #RCBvGG pic.twitter.com/2C7NGJLBE9
ଜବାବରେ ଗୁଜରାଟ ଜାଏଣ୍ଟ୍ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଶୋଫି ଡିଭାଇନ ୮ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟରମାନେ କ୍ରିଜରେ ତିଷ୍ଠି ପାରି ନଥିଲେ । କେବଳ ଭାରତୀ ଫୁଲମାଲି ୩୯ (୩ଚୌକା, ୩ଛକା) ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବେଥ ମୁନି ୨୭, ତନୁଜା କୱଁର ୨୧, କାଶଭୀ ଗୌତମ ୧୮ ରନ କରିଥିଲେ । ଅନ୍ୟ କେହି ସଫଳ ନହେବାରୁ ଗୁଜରାଟ ଜାଏଣ୍ଟ୍ସ ୧୫୦ ରନରେ ସମସ୍ତ ୱିକେଟ୍ ହରାଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଶ୍ରେୟଙ୍କା ପାଟିଲ ୫ଟି ଓ ଲାଉରେନ୍ ବେଲ୍ ୩ଟି ୱିକେଟ୍ ନେଇଥିଲେ ।
ଇତିହାସ ରଚିଲେ ଶ୍ରେୟଙ୍କା- ଶ୍ରେୟଙ୍କା ପାଟିଲ ଗୁଜରାୟ ବିପକ୍ଷରେ ୫ ୱିକେଟ ନେଇ ଆରସିବି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଟି-ଟ୍ୱେଣ୍ଟି କ୍ରିକେଟ କ୍ଯାରିୟରରେ ଏହା ତାଙ୍କର ୫ ୱିକେଟ । ଏହି ସଫଳତା ସହିତ ଶ୍ରେୟଙ୍କା ଇତିହାସ ରଚିଛନ୍ତି । ମହିଳା ପ୍ରିମିୟର ଲିଗ୍ରେ ଏଯାବତ୍ ୮ ବୋଲର ୫ ୱିକେଟ ନେଇଛନ୍ତି । ସେଥିରେ ଶ୍ରେୟଙ୍କା ଏମିତି କରିବାରେ ଯୁବା ବୋଲର ହୋଇଛନ୍ତି । ଯିଏକି ଡବ୍ଲୁପିଏଲରେ ୨୩ ବର୍ଷ ଏବଂ ୧୬୯ ଦିନ ବୟସରେ ଏହି ରେକର୍ଡ କରିଛନ୍ତି ।