ମୁମ୍ବାଇ,୦୮/୧୧: ଆଗାମୀ ମହିଳା ପ୍ରିମିୟର  ଲିଗ୍‌(ଡବ୍ଲ୍ୟୁପିଏଲ୍‌) ପାଇଁ ଫ୍ରାଞ୍ଚାଇଜମାନେ ରିଟେନ ତାଲିକା  ଘୋଷଣା କରିଛନ୍ତି । ସ୍ନେହ ରାଣା, ଲି ତାହୁହୁ, ପୁନମ ଯାଦବ,  ହିଥର ନାଇଟ୍‌ଙ୍କ ଭଳି ତାରକା ଖେଳାଳିଙ୍କୁ ବାଦ ଦିଆଯାଇଛି । ଏଥର ଫ୍ରାଞ୍ଚାଇଜଙ୍କ ମୂଳ ପୁଞ୍ଜି ବୃଦ୍ଧି ହୋଇଛି । ଗତ ସିଜନରେ ଫ୍ରାଞ୍ଚାଇଜଙ୍କୁ  ଖେଳାଳି କିଣିବା ପାଇଁ ମୋଟ୍‌ ୧୩.୫କୋଟି ଟଙ୍କା ଲେଖାଏଁ ପ୍ରଦାନ  କରାଯାଇଥିଲା । ଏଥର ଦେଢ କୋଟି ଟଙ୍କା ବୃଦ୍ଧି କରାଯାଇଛି ।  

ଦିଲ୍ଲୀ କ୍ୟାପିଟାଲ୍ସ ଲାଉରା ହ୍ୟାରିସ୍‌, ପୁନମ ଯାଦବ, ଅପର୍ଣ୍ଣା  ମୋଣ୍ଡଳ ଓ ଅଶ୍ୱିନୀ କୁମାରୀଙ୍କୁ ବାଦ ଦେଇଛି । ଫ୍ରାଞ୍ଚାଇଜ୍‌  ପର୍ସରେ ୨.୫କୋଟି ଟଙ୍କା ବାକି ରହିଛି । ଏହି ଅର୍ଥରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ନିଲାମରେ ୪ଜଣ ଖେଳାଳି କିଣିବ । ଗୁଜରାଟ ଜାଏଣ୍ଟ୍‌ସ ଲି ତାହୁହୁ, କାଥରିନ ବ୍ରାଇସ, ସ୍ନେହ ରାଣା,  ମନ୍ନତ କଶ୍ୟପ, ବେଦା କ୍ରିଷ୍ଣମୂର୍ତ୍ତୀ, ତରାନୁମ ପଠାନ ଓ ଲାଉରେନ  ଚିଟଲଙ୍କୁ ବାଦ ଦେଇଛି । ପର୍ସରେ ଆଉ ୪.୪କୋଟି ଟଙ୍କା ବାକି ରହିଛି ।  

ମୁମ୍ବାଇ ଇଣ୍ଡିଆନ୍ସ ଇସି ୱଙ୍ଗ, ଫାତିମା ଜାଫର, ହୁମାଇରା କାଜି  ଓ ପ୍ରିୟଙ୍କା ବାଲାଙ୍କୁ ବାଦ ଦେଇଛି । ପର୍ସରେ ଆଉ ୨.୬୫କୋଟି  ଟଙ୍କା ବାକି ରହିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହିଥର  ନାଇଟ, ନାଦିନ ଡି କ୍ଲର୍କ, ଶୁଭା ସତୀଶ, ସିଶା କସତ, ଇନ୍ଦ୍ରାଣୀ  ରୟ,ସିମରନ ବାହାଦୁୀ ଓ ଶ୍ରଦ୍ଧା ପୋକରକରଙ୍କୁ ବାଦ ଦେଇଛି ।  ପର୍ସରେ ଆଉ ୩.୨୫କୋଟି ଟଙ୍କା ବାକି ରହିଛି । ୟୁପି ୱାରିୟର୍ସ  ପାର୍ଶବୀ ଚୋପ୍ରା, ଲକ୍ଷ୍ମୀ ଯାଦବ, ଏସ ଯଶଶ୍ରୀ ଓ ଲାଉରେନ  ବେଲଙ୍କୁ ବାଦ ଦେଇଛି । ପର୍ସରେ ୩.୯୦କୋଟି ଟଙ୍କା ବାକି ରହିଛି ।