ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ କ୍ରିକେଟରୁ ଅବସର ଘୋଷଣା କଲେ ଏହି କ୍ରିକେଟର

Published By : Harapriya Biswal | November 4, 2024 5:43 PM

ନୂଆଦିଲ୍ଲୀ ,୦୪/୧୧: କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ଭାରୀତୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ତଥା ବ୍ୟାଟର ରିଦ୍ଧିମାନ ଶାହ । ଚଳିତ ରଣଜୀ ଟ୍ରଫି ପରେ ସେ ତାଙ୍କର ୧୭ ବର୍ଷ କ୍ରିକେଟ କ୍ୟାରୟରରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଛନ୍ତି । ସେ ବର୍ତ୍ତମାନ କର୍ଣ୍ଣାଟକ ବିପକ୍ଷ ଚତୁର୍ଥ ରାଉଣ୍ଡ ମ୍ୟାଚ ପାଇଁ ବେଙ୍ଗାଲୁରୁରେ ପ୍ରସ୍ତୁତି ଜାରି ରଖିଛନ୍ତି ।

ଅବସର ଘୋଷଣା କରି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ସାହ ଲେଖିଛନ୍ତି, ''କ୍ରିକେଟର ଏକ ସ୍ମରଣୀୟ ଯାତ୍ରା ପରେ ଏହା ମୋର ଅନ୍ତିମ ସିଜିନ ହେବାକୁ ଯାଉଛି । ବଙ୍ଗଳା ପକ୍ଷରୁ ରଣଜୀ ଟ୍ରଫିରେ ଖେଳି ଅବସର ନେବା ମୋ ପାଇଁ ଗୌରବର ବିଷୟ ହେବ ।''

୪୦ ବର୍ଷୀୟ ରିଦ୍ଧିମାନ ଶାହ ୨୦୧୦ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ୨୦୨୧ରେ ଭାରତ ପାଇଁ ଶେଷ ଥର ଖେଳିଥିଲେ ରିଦ୍ଧିମାନ ଶାହ । ଇଣ୍ଡିଆ ପାଇଁ ସେ ୪୦ଟି ଟେଷ୍ଟ ମ୍ୟାଚ ଖେଳି ୧୩୫୩ ରନ କରିଛନ୍ତି । ଯେଉଁଥିରେ ୩ଟି ଶତକ ରହିଛି । ୫୬ ଇନିଂସରେ ୬ ଥର ଅର୍ଦ୍ଧଶତକ କରିଛନ୍ତି । ଏହା ସହିତ ଭାରତ ପାଇଁ ୫ଟି ଦିନିକିଆ ଖେଳିଛନ୍ତି । ଷ୍ଟାର ୱିକେଟକିପର ସାହ ଟେଷ୍ଟରେ ୯୨ଟି କ୍ୟାଚ ସହ ୧୨ଟି ଷ୍ଟମ୍ପିଙ୍ଗ କରିଛନ୍ତି ।

୨ ବର୍ଷ ତ୍ରିପୁରା ପାଇଁ ପ୍ଲେୟାର ଓ ମେଣ୍ଟର ଦାୟିତ୍ବ ତୁଲାଇବା ପରେ ରିଦ୍ଧିମାନ ଶାହ ପୁଣି ବେଙ୍ଗଲରେ ଯୋଗ ଦେଇଥିଲେ । ଶେଷ ଥର ପାଇଁ ୨୦୨୧ରେ ଭାରତୀୟ ଜର୍ସିରେ ନଜର ଆସିଥିଲେ ସାହ । ୨୦୨୩ରେ ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ମୁକ୍ତି କରିଥିଲା । ତେବେ ଆସନ୍ତା ୨୦୨୫ ଆଇପିଏଲରେ ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବ ଆଇପିଏଲ ସଂସ୍କରଣରେ ସାହା ଗୁଜୁରାଟ ଟାଇଟନ୍ସରେ ଖେଳୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.