ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଆଧାର କାର୍ଡରେ ନାଁ ଭୁଲ, ସରକାରୀ ସହାୟତାରୁ ମହିଳା ବଞ୍ଚିତ

Published By : Suraj Kumar | November 2, 2024 9:30 PM

ଫିରିଙ୍ଗିଆ, ୨।୧୧ :  ଆଧାର କାର୍ଡରେ ଭୁଲ ହୋଇଯାଇଛି ନାଁ I ସଂଶୋଧନ କରିବା ପାଇଁ ଯେତେ ଚେଷ୍ଟା କଲେବି ଆଧାର କାର୍ଡରେ ହୋଇପାରୁନି ନାମ ସଂଶୋଧନ I ଯାହାପାଇଁ ମହିଳାଙ୍କୁ ମିଳିପାରୁନି କୌଣସି ସରକାରୀ ସୁବିଧା I ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଡ଼ିମିରିଗୁଡା ପଂଚାୟତ ର କେକ୍ରିଙ୍ଗିଆ ଗାଁରେ I  

ଏହି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗା ଉପର ସାହି ପଂଚାୟତର ମାର୍କାଳୀ ଗାଁର ଟଣ କହଁରଙ୍କ ଝିଅ ଈଶ୍ୱରୀ କହଁର ପ୍ରାୟ ଅଠର ବର୍ଷ ତଳେ କେକ୍ରିଙ୍ଗିଆ ଗାଁ ର ଆଦିତ୍ୟ କହଁରଙ୍କୁ ବିବାହ କରିଥିଲେ I ଶାଶୁ ଘରେ ହୋଇଥିବା ଭୋଟର ପରିଚୟ ପତ୍ରରେ  ରେ ତାଙ୍କ ନାମ ଇଶ୍ୱରୀ କହଁର ଥିବା ବେଳେ ଆଧାର କାର୍ଡରେ ଭୁଲ ବଶତଃ ତାଙ୍କ ନା  ସରିତା କହଁର ବୋଲି ଲେଖା ଯାଇଛି I ତେବେ ଏହି ଛୋଟିଆ ଭୁଲ ପାଇଁ ବର୍ଷବର୍ଷ ଧରି ସେ ସରକାରଙ୍କ କୌଣସି ସୁବିଧା ପାଇଁ ଆବେଦନ କରିପାରୁନାହାନ୍ତି I ଆଧାର କାର୍ଡ ରେ ନାମ ଭୁଲ ଥିବା ଯୋଗୁଁ ସୁଭଦ୍ରା ଯୋଜନା ର ମଧ୍ୟ ସେ ଆବେଦନ କରିପାରିନାହାନ୍ତି I କେବଳ ସେତିକି ନୁହଁ ବାହାଘର ହେବାର ଅଠର ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ସେ ତାଙ୍କ ପରିବାରର ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ୍ୟ ସାମିଲ ହୋଇପାରୁନାହାନ୍ତି I ଅନ୍ୟପଟେ ଏହି ଆଧାର କାର୍ଡ ସଂଶୋଧନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକରେ ଥିବା ଆଧାର ସଂଶୋଧନ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟାଳୟଠାରେ ଥିବା ବିଭିନ୍ନ କାର୍ଯ୍ୟାଳୟ ବୁଲିବୁଲି ଅନେକ ଟଙ୍କା ମଧ୍ୟ୍ୟ ଖର୍ଚ୍ଚ କରିସାରିଲେଣି I ତଥାପି ତାଙ୍କର ଆଧାର କାର୍ଡ ସଂଶୋଧନ ହୋଇପାରୁନାହିଁ I ସେପଟେ ଆଧାର କାର୍ଡ ସଂଶୋଧନ ହୋଇପାରୁନଥିବାରୁ ଚିନ୍ତାରେ ପଡିଯାଇଛନ୍ତି   ଉକ୍ତ ମହିଳା ଓ ତାଙ୍କ ପରିବାର ଲୋକେ I ତେବେ ତାଙ୍କର ଆଧାର କାର୍ଡକୁ ସଂଶୋଧନ କରିବା ରେ ସାହାଯ୍ୟ କରିବା ପାଇଁ ସେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.