ନୂଆଦିଲ୍ଲୀ – ଡାଉନଡିଟେକ୍ଟର ଅନୁଯାୟୀ, ସୋମବାର ଫେବୃଆରୀ ୧୬ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି। ଯାହା ଫଳରେ ବିଭିନ୍ନ ସ୍ଥାନରେ ଥିବା ଶହ ଶହ ଉପଭୋକ୍ତା ଆପ୍ ଆକ୍ସେସ୍ କରି ପାରିନାହାନ୍ତି । ବିଭିନ୍ନ ଫିଡ୍ ଲୋଡ୍ କରି ପାରି ନଥିଲେ।
ସବୁଠୁ ଅଧିକ ପ୍ରଭାବିତ କ୍ଷେତ୍ର ଆମେରିକା ଓ ଭାରତର ଅନେକ ଅଞ୍ଚଳ ହୋଇଛି, ଯେଉଁଠି ବହୁ ସଂଖ୍ୟାରେ ୟୁଜର ପ୍ଲାଟଫର୍ମକୁ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିବା ସୂଚନା ଦେଇଛନ୍ତି , ଏହି ପ୍ଲାଟଫର୍ମର ଲଗ୍ ଇନ କରିବା , ଟ୍ୱିଟ୍ ପୋଷ୍ଟ କରିବା ଏବଂ ଟାଇମ୍ଲାଇନ୍କୁ ରିଫ୍ରେଶ୍ କରିବାରେ ସମସ୍ୟା ନେଇ ଅଭିଯୋଗ କରିଛନ୍ତି ଏବଂ ଆଉଟେଜ୍ –ଟ୍ରାକିଂ ପ୍ଲାଟଫର୍ମ ଉପରେ ଅଭିଯୋଗ ବଢିବାରେ ଲାଗିଛି।

ଡାଉନଡିଟେକ୍ଟର ଅନୁସାରେ , (ଯିଏ ଅନେକ ଅଲଗା ଅଲଗା ସୂତ୍ରରୁ ସ୍ଥିତି ରିପୋର୍ଟ ଏକତ୍ର କରି ଆଉଟେଜ୍କୁ ଟ୍ରାକ୍ କରିଥାଏ ) ଆମେରିକାରେ ସକାଳ ୮ଟା ୨୪ ଇଟି(୧୩୨୪ ଜିଏମଟି) ଯାଏ ଏକ୍ସ ସହ ସମସ୍ୟାର ୨୩,୨୧୦ ରୁ ଅଧିକ ରିପୋର୍ଟ ହୋଇଥିଲା।
ବର୍ତ୍ତମାନ କମ୍ପାନୀ ପକ୍ଷରୁ ଏହି ଆଉଟେଜ୍କୁ ନେଇ କୌଣସି ଅଫିସିଆଲି ବୟାନ ଆସି ନାହିଁ। ଏହା ସ୍ପଷ୍ଟ ହୋଇ ନାହିଁ ଯେ, ସମସ୍ୟା ସର୍ଭର ସହ ଜଡ଼ିତ ନା ନେଟୱର୍କ ଇନଫ୍ରାଷ୍ଟ୍ରକଚର ସହ କିମ୍ୱା କୌଣସି ଟେକ୍ନିକାଲ ଅପଡେଟ୍ ଯୋଗୁଁ ଏମିତି ହୋଇଛି। ହେଲେ ପୂର୍ବରୁ ମଧ୍ୟ ପ୍ଲାଟଫର୍ମକୁ ଏହିପରି ଅସ୍ଥାୟୀ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସମ୍ଭବ ଯେ, କିଛି ସମୟ ପରେ ସମସ୍ୟାର ସମାଧାନ ହୋଇଯିବ ଏବଂ ସେବା ଚାଲୁ ରହିବ।