ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମୃତ୍ୟୁର ୩ ମାସ ପରେ ଭାଇରାଲ ହେଉଛି ପୂର୍ବତନ ହମାସ ମୁଖ୍ୟଙ୍କ ଭିଡ଼ିଓ, ସମସ୍ତେ ଆଶ୍ଚର୍ଯ୍ୟ

Published By : Prameya | January 25, 2025 9:16 PM

ନୂଆଦିଲ୍ଲୀ : ହମାସ ଆକ୍ରମଣର ମାଷ୍ଟରମାଇଣ୍ଡ ୟାହ୍ୟା ସିନୱାରଙ୍କର ଏକ ଅଜଣା ଭିଡ଼ିଓ ଖୁବ୍‌ ଭାଇରାଲ ହେଉଛି। ତାଙ୍କ ମୃତ୍ୟୁର ୩ ମାସ ପରେ ଏହି ଭିଡିଓକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ । ଏହି ଫୁଟେଜ୍‌ରେ ସିନୱାର ଗାଜାର ଯୁଦ୍ଧ ମୈଦାନରେ ନଜର ଆସୁଛନ୍ତି। ସେ ରଫାହ ଅଞ୍ଚଳରେ ସେନା ଅଭିଯାନର ପରିଚାଳନା କରୁଥିବା ନଜର ଆସୁଛି। ଏହି ଭିଡ଼ିଓରେ ସେ କେତେବେଳେ ସେନା ପୋଷାକରେ ତ ଆଉ କେବେ ହାତରେ ଛତା ନେଇ ତ ଆଉ କେବେ କମ୍ୱଳ ଘୋଡ଼ାଇ ହୋଇ ଥିବାର ନଜର ଆସୁଛି। ଫୁଟେଜ୍‌ରେ ବାହାରର ଦୃଶ୍ୟରେ ଯୁଦ୍ଧର ଧ୍ୱଂସ ଲୀଳା ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି , ଯେଉଁଥିରେ ଚାରିଆଡ଼େ ଭଗ୍ନାବଶେଷ ଓ କ୍ଷୟକ୍ଷତି ନଜର ଆସୁଛି।

ଅଲ୍ ଜଜିରା ପକ୍ଷରୁ ସେୟାର କରାଯାଇ ଥିବା ଏହି ଭିଡ଼ିଓରେ ଏକ ବିଶେଷ ଦୃଶ୍ୟ ରହିଛି, ଯେଉଁଠି ବିଲ୍ଡିଂରେ ସିନୱାର କିଛି ସମୟ ରହିଥିଲେ, ଏହାର କାନ୍ଥରେ ହିବ୍ରୁ ଶବ୍ଦରେ ଗ୍ରାଫିଟି ନଜର ଆସୁଛି। ବାହାରର ଭଗ୍ନାବଶେଷ ଏହି କଥାର ସଙ୍କେତ ଯେ, ଇସ୍ରାଏଲୀୟ ସେନା ଏହି ଘରେ ହମଲା କରି ସାରି ଥିଲା। ୨ୟ ଦୃଶ୍ୟରେ ସିନୱାର ଏକ ପୋଲୋ ସାର୍ଟ ପିନ୍ଧି ଥିବାର ଜଣେ ବ୍ୟକ୍ତିଙ୍କ ସହ ବସିଛନ୍ତି ଏବଂ ତାଙ୍କ ସହ ସାମ୍ନାରେ ଏକ ନକ୍ସା ବିସ୍ତାରିତ ହୋଇଛି। 

ସିନୱାରଙ୍କ ମୃତ୍ୟୁର ସମୟର ଆଉ ଏକ ଭିଡିଓ ଜାରି ହୋଇଥିଲା। ସିନୱାରଙ୍କର ଶେଷ କ୍ଷଣର ଫୁଟେଜ୍‌ରେ ସେ ଖୁବ୍‌ ଦୁର୍ବଳ ସ୍ଥିତିରେ ଦେଖାଯାଉ ଥିଲେ। ଏକ ଡ୍ରୋନ୍‌ ଦ୍ୱାରା ରେକର୍ଡ ହୋଇଥିବା ଭିଡ଼ିଓରେ ସେ ନିଜ ସୁରକ୍ଷାର ଶେଷ ପ୍ରୟାସରେ ଏକ ଜିନିଷ ଫିଙ୍ଗୁଥିବାର ନଜର ଆସୁଥିଲା। ଏବେ ସିନୱାରଙ୍କର ସଦ୍ୟ ଫୁଟେଜ୍‌ ଏମିତି ସମୟରେ ଆସିଛି , ଯେତେବେଳେ ଇସ୍ରାଏଲ ଓ ହମାସ ଏକ ଅସ୍ଥାୟୀ ଯୁଦ୍ଧବିରତି ଅନୁସାରେ କଏଦୀ ଓ ବନ୍ଧକଙ୍କ ଅଦଳବଦଳ କରିଛନ୍ତି। ଏହି ପଦକ୍ଷେପ ବର୍ଷକର ଦୀର୍ଘ ସଂଘର୍ଷକୁ ଶେଷ କରିବା ଓ ଶାନ୍ତି ପ୍ରସାର କରିବା ଦିଗରେ ପ୍ରମୁଖ ମନେକରା ଯାଉଛି।

ଉଲ୍ଲେଖନୀୟ ଯେ , ୭ ଅକ୍ଟୋବର ୨୦୨୩ ରେ ଆରମ୍ଭ ହୋଇଥିବା ହମାସର ହମଲା ପୂରା ମଧ୍ୟ ପୂର୍ବକୁ ସଂଘର୍ଷର ରାସ୍ତାରେ ଠିଆ କରାଇ ଦେଇଛି। ଇସ୍ରାଏଲ ଜବାବୀ କାର୍ଯ୍ୟାନୁଷ୍ଠାନରେ ଭୀଷଣ ଏୟାର ଷ୍ଟ୍ରାଇକ୍‌ ଓ ସ୍ଥଳ ଅଭିଯାନ କରି ଗାଜାକୁ ଶ୍ମଶାନ କରି ଦେଇଛି। ହମାସର ଦାବି କି ଇସ୍ରାଏଲର ହମଲାରେ ଏବେସୁଦ୍ଧା ୪୭,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.