ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସିନୱାରର ପତ୍ନୀଙ୍କ ପାଖରେ ୨୭ ଲକ୍ଷ ଟଙ୍କାର ହ୍ୟାଣ୍ଡବ୍ୟାଗ୍ , ସୁଡ଼ଙ୍ଗରେ ଲୁଚି ଥିବାର ନଜର ଆସିଲେ ; ଇସ୍ରାଏଲ ଜାରି କଲା ଭିଡ଼ିଓ

Published By : Prameya | October 20, 2024 6:16 PM

ନୂଆଦିଲ୍ଲୀ – ଇସ୍ରାଏଲର ଡିଫେନ୍ସ ଫୋର୍ସ (ଆଇଡିଏଫ) ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହମଲା ପୂର୍ବର ଭିଡ଼ିଓ ଜାରି କରିଛି। ଏହାକୁ ନେଇ ଇସ୍ରାଏଲ ରବିବାର ଦାବି କରିଛି ଯେ, ଫୁଟେଜ୍‌ରେ ୟାହ୍ୱା ସିନୱାରଙ୍କର ପତ୍ନୀ ଦେଖା ଯାଉଛି , ଯିଏ ୩୨,୦୦୦ଡଲାର (ପାଖାପାଖି ୨୭ ଲକ୍ଷ ଟଙ୍କା)ର ହ୍ୟାଣ୍ଡବ୍ୟାଗ୍‌ ନେଉଛନ୍ତି। ଏହି ଭିଡ଼ିଓ ଗତ ବର୍ଷର ୬ ଅକ୍ଟୋବରର କୁହାଯାଉଛି, ଯେଉଁଥିରେ ହମାସ ମୁଖୟ ଓ ତାଙ୍କ ପରିବାର ଲୋକ ଗାଜାରେ ଭୂମିଗତ ସୁଡ଼ଙ୍ଗ ଭିତରେ ଦୌଡ଼ୁ ଥିବାର ନଜର ଆସୁଛି। ଇସ୍ରାଏଲ ଉପରେ ଘାତକ ହମଲାର ଷଡ଼ଯନ୍ତ୍ର ରଚିଥିବା ଅଭିଯୁକ୍ତ ସିନୱାରଙ୍କୁ ଗତ ବୁଧବାର ରାଫା ସହରରେ ଇସ୍ରାଏଲ ସୈନିକମାନେ ମାରି ଦେଇ ଥିଲେ।

ଇସ୍ରାଏଲର ବିଦେଶ ମନ୍ତ୍ରଣାଳୟର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି କୁହାଯାଇଛି , ଏହି ଫଟୋରେ ୟାହ୍ୱା ସିନୱାରଙ୍କର ପତ୍ନୀଙ୍କୁ ୭ ଅକ୍ଟୋବରର ଗୋଟିଏ ରାତି ପୂର୍ବରୁ ସୁଡ଼ଙ୍ଗରେ ଲୁଚି ଥିବାର ଦେଖାଯାଉଛି। ଧ୍ୟାନ ଦେବାର କଥା ଯେ , ସେ ୩୨୦୦୦ ଡଲାରର ହର୍ମିସ ବିର୍କିନ ବ୍ୟାଗ୍‌ ଧରିଛନ୍ତି। ଅନ୍ୟପଟେ ଗାଜାର ସାଧାରଣ ଲୋକେ ହମାସ ଯୋଗୁଁ ମୁସ୍କିଲର ସାମନା କରୁଛନ୍ତି। ସିନୱାର ଓ ତାଙ୍କ ପରିବାର ବିଳାସପୂର୍ଣ୍ଣ ଜୀବନ ବଞ୍ଚୁ ଥିଲେ। ସେମାନେ ମରିବାକୁ ଅନ୍ୟଙ୍କୁ ପଠାଇ ଚାଲି ଥିଲେ। 

ଆଇଡିଏଫ୍‌ର ଆରବୀ ଭାଷାର ପ୍ରବକ୍ତା ଲେଫ୍ଟିନାଣ୍ଟ କର୍ଣ୍ଣଲ ଅବିଚାଇ ଅଦାଇ ମଧ୍ୟ ଏହି ଦାବିକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ, ସିନୱାରଙ୍କ ପରିବାର ଲୋକ ପୂରା ଆନନ୍ଦରେ ବିଳାସପୂର୍ଣ୍ଣ ଜୀବନ ଜିଇଁ ଚାଲିଲେ। ଏହାର ତୁଳନାରେ ଗାଜାର ଅଧିକାଂଶ ଲୋକ ଗରିବୀର ଜୀବନ ବିତାଉ ଥିଲେ। ତାଙ୍କ ପାଖରେ ଭୋଜନ କରିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ବି ନାହିଁ। 

ସୂଚନା ଯେ, ନଭେମ୍ୱର ୨୦୧୧ରେ ହମାସ ନେତା ନିଜ ଠାରୁ ୧୮ବର୍ଷ ସାନ ସମର ମହମ୍ମଦ ଅବୁ ଜମରଙ୍କୁ ବିବାହ କରିଥିଲେ। ତାଙ୍କର ୩ଜଣ ପିଲା ଅଛନ୍ତି। ସିନୱାରକୁ ୬୨ ବର୍ଷ ବୟସ ହୋଇଥିଲା। ଏହି ବର୍ଷ ଜୁଲାଇରେ ଇରାନର ରାଜଧାନୀ ତେହରାନରେ ଇସ୍ରାଏଲ ଇସ୍ମାଇଲ ହାନିୟେହଙ୍କର ହତ୍ୟା କରି ଦେଇଥିଲା। ଏହାପରେ , ସିନୱାର ତାଙ୍କ ସ୍ଥାନରେ ହମାସ ମୁଖ୍ୟ ହୋଇ ଥିଲେ। ଏବେ ଇସ୍ରାଏଲ ସେନା ସିନୱାରକୁ ମଧ୍ୟ ମାରି ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.