ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଦିନେ ଚା ବିକି ରୋଜଗାର କରୁଥିଲେ ୫୦ ଟଙ୍କା, ଏବେ ଗୋଟିଏ ଫିଲ୍ମ ପାଇଁ ମାଗୁଛନ୍ତି ୨୦୦ କୋଟି

Published By : Prameya | January 23, 2025 2:52 PM

ନୂଆଦିଲ୍ଲୀ, ୨୩/୦୧ : ଜଣେ ସାଧାରଣ ବସ୍ ଡ୍ରାଇଭର୍‌ଙ୍କ ପୁଅ... ଅଭିନୟ କରିବାକୁ ଛାଡ଼ିଥିଲେ ଘର। ସିନେମାରେ କାମ କରିବେ ବୋଲି ବଳାଇଥିଲେ ମନ। ହେଲେ ବଡ଼ ସହରକୁ ଆସିବା ପରେ ମିଳିଲାନି କାମ। ପକେଟରେ ଥିଲା ୩୦୦ ଟଙ୍କା। କେମିତି ରହିବେ, କଣ ଖାଇବେ ଭାବି ଦିଶୁନଥିଲା ବୁଦ୍ଧିବାଟ। ତଥାପି ସେ ଡରିଲେ ନାହିଁ କି ହାରିଲେ ନାହିଁ। ପରିସ୍ଥିତି ସହ କଲେ ସଙ୍ଘର୍ଷ। ବ୍ୟାକ୍‌ ଷ୍ଟେଜ୍‌ରେ ଚା ବିକ୍ରି କରି ଦିନକୁ ରୋଜଗାର କରୁଥିଲେ ୫୦ ଟଙ୍କା। ଏବେ ସେ ଜଣେ ଚର୍ଚ୍ଚିତ ସୁପରଷ୍ଟାର। ଗୋଟିଏ ଫିଲ୍ମ କରିବାକୁ ନେଉଛନ୍ତି ୨୦୦ କୋଟି। ସେ ହେଉଛନ୍ତି ସାଉଥ୍ ସୁପରଷ୍ଟାର ୟଶ। 

ସାରା ଦୁନିଆରେ ଅଭିନେତା ୟଶଙ୍କୁ ଲୋକପ୍ରିୟତା ଦେଇଛି ପ୍ୟାନ ଇଣ୍ଡିଆ ଫିଲ୍ମ କେଜିଏଫ୍। ଏହି ଫିଲ୍ମ ତାଙ୍କୁ ପ୍ୟାନ୍ ଇଣ୍ଡିଆ ଷ୍ଟାର ଭାବେ ମଧ୍ୟ ପରିଚୟ ଦେଇଛି। କେଜିଏଫ୍ ଏବଂ କେଜିଏଫ୍-୨ ୧୫୦୦ କୋଟିରୁ ଉର୍ଦ୍ଧ୍ଵ ବ୍ୟବସାୟ କରିଛି। ଯାହାକି ଏବେ ସୁଦ୍ଧା ସବୁଠୁ ଅଧିକ ଆୟ କରିଥିବା କନ୍ନଡ଼  ଫିଲ୍ମ ଭାବେ ରେକର୍ଡ ସୃଷ୍ଟି କରିଛି। ତେବେ ୟଶଙ୍କ ପାଇଁ ସହଜ ନଥିଲା ଏହି ଯାତ୍ରା। ତାଙ୍କ ସଫଳତା ପଛରେ ରହିଛି ଏକ ସଙ୍ଘର୍ଷପୂର୍ଣ୍ଣ କାହାଣୀ। 

୧୬ ବର୍ଷ ହୋଇଥିବା ବେଳେ ୟଶ ଘର ଛାଡିଥିଲେ। ହିରୋ ହେବେ ବୋଲି ଆଖିରେ ଆଖିଏ ସ୍ଵପ୍ନ ଧରି ବେଙ୍ଗାଲୁରୁ ଚାଲି ଆସିଥିଲେ। ଏକ କନ୍ନଡ଼ ଫିଲ୍ମରେ ସହାୟକ ନିର୍ଦ୍ଦେଶକ ଭାବେ କାମ କରିବା ଆରମ୍ଭ କରିଥିଲେ। ହେଲେ କାମ କରିବାର ଦୁଇ ଦିନ ପରେ ଏହି ପ୍ରୋଜେକ୍ଟ ବନ୍ଦ ହୋଇଯାଇଥିଲା। ଏତେ ବଡ଼ ସହରରେ କଣ କରିବେ କେଉଁଠି ରହିବେ ଭାବି ମୁଣ୍ଡ କାମ କରିନଥିଲା। ତଥାପି ସେ ହାର୍ ମାନି ନଥିଲେ। ଏକ ଡ୍ରାମା ଗ୍ରୁପ୍‌ରେ ସାମିଲ ହୋଇଥିଲେ। ବ୍ୟାକ୍ ଷ୍ଟେଜ୍‌ରେ ଚା ବିସ୍କୁଟ ଦେବା କାମ କରୁଥିଲେ। ଏଥିପାଇଁ ତାଙ୍କୁ ଦିନକୁ ୫୦ ଟଙ୍କା ମିଳୁଥିଲା। ଧୀରେଧୀରେ ସେ ଥିଏଟର କଲେ। ଏହି ଅର୍ଥରୁ କଲେଜରେ ନାମ ଲେଖାଇଲେ। 

କିଛି ଦିନ ପରେ ୟଶଙ୍କୁ ଟିଭି ସିରିଜ୍ ନନ୍ଦା ଗୋକୁଲାରେ ଅଭିନୟ କରିବାକୁ ସୁଯୋଗ ମିଳିଲା। ୨୦୦୮ରେ ରକିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ମୋଡାଲାସାଲାରେ ତାଙ୍କୁ ସଫଳତା ମିଳିଥିଲା। ପରବର୍ତ୍ତୀ ସମୟରେ ସେ ମୋଗିନା ମନାସୁ, ଡ୍ରାମା, ଗୁଗଲି, ମିଷ୍ଟର ଆଣ୍ଡ ମିସେସ୍ ରାମଚାରୀ ଏବଂ ମାଷ୍ଟରପିସ୍ ଭଳି ହିଟ୍ ଫିଲ୍ମ ଦେଇଥିଲେ। ୨୦୧୮ରେ ୟଶ କେଜିଏଫ୍ ଚାପ୍ଟର-୧ରେ ଅଭିନୟ କରିଥିଲେ। ୨୫୦ କୋଟି ବ୍ୟବସାୟ କରି ଏହା ବକ୍ସ ଅଫିସରେ ରେକର୍ଡ କରିଥିଲା। ଏହାପରେ କେଜିଏଫ୍-୨ ୧୨୫୦ କୋଟି ବ୍ୟବସାୟ କରିଥିଲା। ଏହି ଫିଲ୍ମ ଏବେ ସୁଦ୍ଧା ସବୁଠୁ ଅଧିକ ରୋଜଗାର କରିଥିବା ଭାରତୀୟ ଫିଲ୍ମ ଭାବେ ରେକର୍ଡ ଭାଙ୍ଗିଥିଲା।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.