ସୋରଡ଼ା,୧୬/୫: କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଯାତ୍ରା ତୋରଣ। ଫଳରେ ସୋରଡ଼ା-ଆସିକା ଜାତୀୟ ରାଜପଥର ମୁଣ୍ଡମରାଇ ନିକଟରେ ଏକ ଘଣ୍ଟା ରାସ୍ତା ବନ୍ଦI ମୁଣ୍ଡ ମରାଇରେ ଯାତ୍ରା ଚାଲିଥିବା ବେଳେ ଯାତ୍ରା ପାଇଁ କରାଯାଇଥିବା ୪୦ ଫୁଟର ବିରାଟ ସ୍ୱାଗତ ତୋରଣ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା। ଫଳରେ ଏହି ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ଲାଇଟ୍ ଡିଜିଟାଲ ବୋର୍ଡ ସବୁ ଭାଙ୍ଗିରୁଜି ନଷ୍ଟ ହୋଇଛି। ଏ ସଂପର୍କରେ ସୂଚନା ପାଇ ଉଭୟ ପୁଲିସ ଓ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ ଯାନବାହାନ ଚଳାଚଳ ସ୍ବଭାବିକ ହୋଇଥିଲା।