ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଯାତ୍ରା ତୋରଣ, ଜାତୀୟ ରାଜପଥରେ ଏକ ଘଣ୍ଟା ଗାଡି ଚଳାଚଳ ବନ୍ଦ…

Published By : Prameya | May 16, 2025 8:30 PM

ସୋରଡ଼ା,୧୬/୫: କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଯାତ୍ରା ତୋରଣ। ଫଳରେ ସୋରଡ଼ା-ଆସିକା ଜାତୀୟ ରାଜପଥର ମୁଣ୍ଡମରାଇ ନିକଟରେ ଏକ ଘଣ୍ଟା ରାସ୍ତା ବନ୍ଦI ମୁଣ୍ଡ ମରାଇରେ ଯାତ୍ରା ଚାଲିଥିବା ବେଳେ ଯାତ୍ରା ପାଇଁ କରାଯାଇଥିବା ୪୦ ଫୁଟର ବିରାଟ ସ୍ୱାଗତ ତୋରଣ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା। ଫଳରେ ଏହି ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ଲାଇଟ୍ ଡିଜିଟାଲ ବୋର୍ଡ ସବୁ ଭାଙ୍ଗିରୁଜି ନଷ୍ଟ ହୋଇଛି। ଏ ସଂପର୍କରେ ସୂଚନା ପାଇ ଉଭୟ ପୁଲିସ ଓ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ ଯାନବାହାନ ଚଳାଚଳ ସ୍ବଭାବିକ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.