ପ୍ରମୂଖ ଖବର
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କଳାକାରଙ୍କ ଆକ୍ରମଣରେ ଯାତ୍ରା ମାଲିକ ଗୁରୁତର, ଥାନାରେ ଅଭିଯୋଗ

Published By : Rasmita Pradhan | June 12, 2025 9:53 AM

ଭୋଗରାଇ, ୧୨।୬ : ଭୋଗରାଇ ଥାନା ନିମାତପୁର ଗାଁରେ ତ୍ରୁଟିପୂର୍ଣ୍ଣ ଅଭିନୟକୁ ନେଇ କଳାକାର ଓ ଯାତ୍ରା ପାର୍ଟିର ମାଲିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। କଳାକାରଙ୍କ ମାଡ଼ରେ ଯାତ୍ରା ପାର୍ଟିର ମାଲିକ ଗୁରୁତର ଆହତ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ପରିବାର ପକ୍ଷରୁ ଏନେଇ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଭୋଗରାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ନିମାତପୁର ଗାଁର ଘଣ୍ଟିଆ ପାତ୍ରଙ୍କ ଘରେ ମନସା ଯାତ୍ରା ହେଉଥିଲା। ଏତିକିବେଳେ ସେହି ଗ୍ରାମର ଅଦ୍ଵୈତ ଦତ୍ତଙ୍କ ପୁଅ ରବୀନ୍ଦ୍ର ଦତ୍ତ ଅଭିନୟରେ ତୃଟି କରିବାରୁ ଯାତ୍ରା ପାର୍ଟିର ମାଲିକ ତଥା ସେହି ଗାଁର ସୁଦାମ ଦାସ ସମ୍ପୃକ୍ତ କଳାକାରଙ୍କୁ ତାଗିଦ୍ କରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ରବୀନ୍ଦ୍ର ଉତ୍ତ୍ୟକ୍ତ ହୋଇ ସୁଦାମଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନିଜ ପରିବାର ସହିତ ମିଶି ସୁଦାମଙ୍କୁ ମାରପିଟ୍ କରିଥିଲେ। ଏହାପରେ ଘର ମାଲିକ ଓ ଅନ୍ୟ କଳାକାରମାନେ ଉଭୟଙ୍କୁ ବୁଝାସୁଝା କରିବାରୁ ପୁଣି ଯାତ୍ରା ଆରମ୍ଭ ହୋଇଥିଲା। 

କିଛି ସମୟପରେ ରବୀନ୍ଦ୍ରଙ୍କ ପତ୍ନୀ ଓ ପୁଅ ଯାତ୍ରାସ୍ଥଳକୁ ଆସି ପୁଣିଥରେ ସୁଦାମଙ୍କୁ ମାର୍‌ପିଟ୍ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହିତ ଯାତ୍ରା ବନ୍ଦ ହୋଇଯାଇଥିଲା। ଏତିକିରେ ତାଙ୍କ ରାଗ ଥମିଲାନି ଯେ, ଭୋର ପ୍ରାୟ ସାଢ଼େ ୪ଟା ସମୟରେ ସୁଦାମ ନିଜ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ନିମାତପୁର ହାଟ ଉପରେ ରବୀନ୍ଦ୍ରଙ୍କ ପରିବାର ଲୋକେ ସଙ୍ଘବଦ୍ଧ ହୋଇ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଖବରପାଇ ସୁଦାମଙ୍କ ପୁଅ ସନ୍ୟାସୀ ଓ ବୋହୂ ଘଟଣାସ୍ଥଳରେ ପହଞ୍ଚି ସୁଦାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏ ବାବଦରେ ସନ୍ୟାସୀ ଭୋଗରାଇ ଥାନାରେ ପହଞ୍ଚି ରବୀନ୍ଦ୍ର ଦତ୍ତ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ମାଡ଼ ସମୟର ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ୍ ନିମାତପୁର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.