ମୁମ୍ବାଇ,୨୧/୧୨ : ହାତରେ ମାତ୍ର ଆଉ କେତୋଟି ଦିନ । ୨୦୨୫ବିଦାୟ ନେବ । ଚଳିତ ବର୍ଷ ବହୁ ଦମଦାର୍ ଫିଲ୍ମ ରିଲିଜ ହୋଇଛି । କିନ୍ତୁ କିଛି ଫିଲ୍ମ ଏଭଳି ରହିଛି ଯେଉଁଠି ହିରୋଠାରୁ ଅଧିକ ଭିଲେନ ମାଇଲେଜ୍ ନେଇଛନ୍ତି । ‘ଧୁରଂଧର’ରେ ରହମାନ ଡକାୟତ ହୋଇ ଯେଉଁଠାରେ ଅକ୍ଷୟ ଖନ୍ନା ଛାଇ ଯାଇଥିଲେ ସେହିଠାରେ ରଣଦୀପ ହୁଡ୍ଡାଙ୍କଠାରୁ ନେଇ ନବାଜୁଦ୍ଦିନ ସିଦ୍ଦିକ ପର୍ଯ୍ୟନ୍ତ ନିଜ ଖଳନାୟକ ଦ୍ବାରା ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଛି । ଏଭଳି ସ୍ଥଳେ ତାଙ୍କ ଫିଲ୍ମ ବକ୍ସ ଅଫିସରେ ବି ଖୁବ୍ କଲେକ୍ସନ କରିଛି ।

ଅକ୍ଷୟ ଖନ୍ନା- ଧୁଂରଧର

‘ଧୁଂରଧର’ରେ ରଣବୀର ସିଂହ ଲିଡ୍ ରୋଲରେ ଏବଂ ଅକ୍ଷୟ ଖନ୍ନା ଭିଲେନ ଭୂମିକା ନିଭାଇଛନ୍ତି ।

ଅକ୍ଷୟ ଖନ୍ନା ରହମାନ ଡକାୟତ ହୋଇ ନିଜ ପରଫର୍ମାନ୍ସ ଦ୍ବାରା ଲାଇମଲାଇଟ୍ ନିଜ ନାଁରେ କରି ନେଇଛନ୍ତି ।

ରଣଦୀପ ହୁଡ୍ଡା- ଜାଟ

ସନୀ ଦେଓଲ ଷ୍ଟାରର ଫିଲ୍ମ ‘ଜାଟ’ରେ ରଣଦୀପ ହୁଡ୍ଡା ଭିଲେନ ରାଣାତୁଙ୍ଗାର ଭୂମିକା ନିଭାଇଥିଲେ ।

ଫିଲ୍ମରେ ଅଭିନେତାଙ୍କ ଅବତାର ଦର୍ଶକଙ୍କ ମନକୁ ଛୁଇଁଥିଲା ।

ନବାଜୁଦ୍ଦିନ ସିଦ୍ଦିକ – ଥାମା

ହରର- କମେଡ଼ି ଫିଲ୍ମ ‘ଥାମା’ରେ ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ଥିଲେ ।

ଏହି ପିଲ୍ମରେ ନବାଜୁଦ୍ଦିନ ସିଦ୍ଦୀକୀ ୟଶାସନର ଭୂମିକା ନିଭାଇଥିଲେ ।

ରିତେଶ ଦେଶମୁଖ- ରେଡ ୨

​​​​​​​

ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ ୨’ରେ ରିତେଶ ଦେଶମୁଖ ଭିଲେନ ଅବତାରରେ ଦେଖାଯାଇଛନ୍ତି ।

ଦାଦାଭାଇର ରୋଲ ନିଭାଇ ରିତେଶ ନିଜ ସ୍କ୍ରିନ ପ୍ରେଜେନ୍ସ ଦ୍ବାରା ଦର୍ଶକଙ୍କ ହୃଦୟ ଜିତି ନେଇଛନ୍ତି ।

ବବି ଦେଓଲ- ଦ ବ୍ୟାଡ୍ସ ଅଫ ବଲିଉଡ଼

ଓ୍ବେବ ସିରିଜ ‘ଦ ବ୍ୟାଡ୍ସ ଅଫ ବଲିଉଡ଼’ରେ ବବି ଦେଓଲ ଅଜୟ ତଲଓ୍ବାରର ଚରିତ୍ରରେ ନଜର ଆସିଥିଲେ ।

ଅଭିନେତା ନିଜ ଧୂଆଁଧାର୍ ଲୁକ୍ ଏବଂ ଆକ୍ସନରେ ସମସ୍ତଙ୍କ ନଜର ନିଜ ଆଡ଼କୁ କରିପାରିଥିଲେ ।