ନୂଆଦିଲ୍ଲୀ,୧୯/୦୧: ଯୋଗଗୁରୁ ରାମଦେବ ବାବା ଭବିଷ୍ୟବାଣୀ କରିଛନ୍ତି ଯେ ବ୍ରିଟେନ୍ ଖୁବଶୀଘ୍ର ଭୁଶୁଡି ପଡିବ । ଏହା ସହ ସେ ଆମେରିକା ରାଷ୍ଟ୍ରପତିଙ୍କ ଭବିଷ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବହିଷ୍କୃତ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କଥା ଉଠାଇ କହିଛନ୍ତି ଯେ, ଟ୍ରମ୍ପ ତାଙ୍କୁ ନେଇ ପାରିବେ ନାହିଁ । ବାବା ରାମଦେବଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଇଙ୍ଗିତ କରିଛନ୍ତି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହରିୟାଣାରେ ଏକ କାର୍ଯ୍ୟକ୍ରମରେ ବାବା ରାମଦେବ କହିଛନ୍ତି, '' ଆଜି ବ୍ରିଟେନ ଧ୍ୱଂସ ପାଇବାକୁ ଯାଉଛି । ବ୍ରିଟେନ, ଆୟର୍ଲାଣ୍ଡ ଏବଂ ସ୍କଟଲ୍ୟାଣ୍ଡ ଏହି ୩ଟି ଦେଶ ଗଠନ ହେବାକୁ ଯାଉଛି । ଆଉ କିଛି ଦିନ ବାକି ଅଛି । ଆମେ ଏବେ କହିବୁ ନାହିଁ କାରଣ ଟ୍ରମ୍ପ ଯାହା କହିଲେ ବି ତାଙ୍କୁ ଆଘାତ ଲାଗିଛି । ସେ ଆମକୁ କିପରି ଆଘାତ କରିପାରିବେ ? ସେ କିଏ ଯିଏ ତାଙ୍କୁ ନେଇଗଲା ସେ ଆମକୁ ମାଦୁରୋଙ୍କ ପରି ଉଠାଇ ନେଇ ପାରିବେ ନାହିଁ । ଆମ ଭିତରେ ଏତେ ଶକ୍ତି ଅଛି । କିନ୍ତୁ ତୁମେ ଦେଖିବ କିଛି ଦିନ ପରେ ଟ୍ରମ୍ପଙ୍କର ମଧ୍ୟ ବାଜା ବାଜିବ । ଏହି ସାଂସାରିକ ଜୀବନରେ କିଛି ନାହିଁ ଭାଇ ।''
ଭେନେଜୁଏଲା ଉପରେ ଆମେରିକାର ସାମରିକ ଅପରେସନ୍- ଜାନୁଆରୀ ଆରମ୍ଭରେ, ଆମେରିକା ଭେନେଜୁଏଲା ଉପରେ ରାତିଅଧିଆ ସାମରିକ ଅଭିଯାନ ଚଳାଇଥିଲା । ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ନିଶା କାରବାରରେ ଗିରଫ କରିଥିଲା ଆମେରିକା ସେନା । ଏହି ଘଟଣା ପରେ ଅନ୍ଧାରକୁ ଠେଲି ହୋଇଯାଇଛି ଭେନେଜୁଏଲା ଭବିଷ୍ୟତ । ଭେନେଜୁଏଲାରେବୃହତ୍ ଅଶୋଧିତ ତୈଳ ଭଣ୍ଡାର ରହିଛି । ମାଦୁରୋଙ୍କୁ ଗିରଫ କରାଯାଇବା ପରେ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି ଡେଲ୍ସି ରୋଡ୍ରିଗ୍ସ ।
ଗ୍ରୀନଲାଣ୍ଡ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ଇୟୁର ବିରୋଧ- ଡେନ୍ମାର୍କ ଅଧୀନରେ ଥିବା ଗ୍ରୀନଲାଣ୍ଡକୁ କବ୍ଜା ପାଇଁ ଆମେରିକାର ଚାପକୁ ସେଠାରେ ଜୋରଦାର ବିରୋଧ କରାଯାଇଛି । ଗ୍ରୀନଲାଣ୍ଡବାସୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ନାରା ଲଗାଇ ରାସ୍ତାକୁ ଓହ୍ଲାଇଛନ୍ତି । ଗ୍ରୀନଲାଣ୍ଡ ଉପରେ ଆମେରିକା ନିୟନ୍ତ୍ରଣକୁ ବିରୋଧ କରୁଥିବା ୮ଟି ଦେଶ ଉପରେ ଟ୍ରମ୍ପ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି । ଏହି ଘୋଷଣାରେ କ୍ଷୁବ୍ଧ ହୋଇ ଯୁରୋପୀୟ ନେତା ଏବଂ କୂଟନୈତିଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ପଦକ୍ଷେପ ଆମେରିକା-ୟୁରୋପ ସମ୍ପର୍କକୁ ଦୁର୍ବଳ କରିପାରେ ଏବଂ ଏହା ବିପଜ୍ଜନକ ମାନ୍ଦାବସ୍ଥା ଆଣିାପରେ ।